ଭାରତୀୟ ରେଳକୁ ଘରୋଇକରଣ କରିବାର କୌଣସି ପ୍ରସ୍ତାବ ନାହିଁ – ଶ୍ରୀ ଅଶ୍ୱିନୀ ବୈଷ୍ଣବ
ନୂଆଦିଲ୍ଲୀ : ଭାରତୀୟ ରେଳରେ ୦୧.୦୨.୨୦୨୩ ସୁଦ୍ଧା ମୋଟ ୧୧,୭୫,୯୨୫ କର୍ମଚାରୀ ଅଛନ୍ତି ।ଭାରତୀୟ ରେଳକୁ ଘରୋଇକରଣ କରିବାର କୌଣସି ପ୍ରସ୍ତାବ ନାହିଁ । ଦ୍ରୁତ ବିକାଶ ଏବଂ ଟ୍ରାକର ସମାପ୍ତି, ରୋଲିଂ ଷ୍ଟକ୍ ଉତ୍ପାଦନ ଏବଂ ଯାତ୍ରୀବାହୀ ମାଲ ପରିବହନ ସେବା ଯୋଗାଇବା ପାଇଁ, ପବ୍ଲିକ୍ ପ୍ରାଇଭେଟ ପାର୍ଟନରସିପ୍ (ପିପିପି) ର ବିଭିନ୍ନ ଯୋଜନା ଅନ୍ତର୍ଗତ ରେଳ ମନ୍ତ୍ରଣାଳୟ ବିଭିନ୍ନ କ୍ଷେତ୍ରରେ ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିଥାଏ । ଏଥିରେ ନେଟୱର୍କ ବିସ୍ତାର, ଲୋକୋମୋଟିଭ୍ କାରଖାନା ସ୍ଥାପନ, ରେଳ ୱାଗନ୍ ଇନଡକ୍ସନ୍, ଷ୍ଟେସନ୍ ବିକାଶ, ମାଲ ପରିବହନ ଟର୍ମିନାଲ୍ ଇତ୍ୟାଦି କ୍ଷେତ୍ରରେ ଷ୍ଟେକହୋଲ୍ଡର ଏବଂ କୌଶଳଗତ ନିବେଶକ ମାନେ ପୁଞ୍ଜି ନିବେଶ କରିଥାନ୍ତି । ଅନ୍ୟ ପକ୍ଷରେ, ଷ୍ଟେସନ ସଫେଇ, ଦେୟ ପ୍ରଦାନ କରି ଶୌଚାଳୟ ବ୍ୟବହାର, ରିଟାୟାରିଂ ରୁମ୍, ପାର୍କିଂ ଏବଂ ସମ୍ପତ୍ତି ରକ୍ଷଣାବେକ୍ଷଣ ଇତ୍ୟାଦି ନିର୍ଦ୍ଦିଷ୍ଟ ସେବାଗୁଡିକର ଆଉଟସୋର୍ସିଂ ଆବଶ୍ୟକତା ଆଧାରରେ କରାଯାଉଛି ଯଦ୍ୱାରା ସେବାର ମାନରେ ଉନ୍ନତି ଆସି ପାରିବ । ବର୍ତ୍ତମାନ, ଭାରତୀୟ ରେଳର କୌଣସି ନିୟମିତ ଯାତ୍ରୀବାହୀ ଟ୍ରେନ୍ ସେବା ଘରୋଇ କ୍ଷେତ୍ର ଦ୍ୱାରା ପରିଚାଳିତ ହେଉନାହିଁ । ଆଜି ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ରେଳ, ଯୋଗାଯୋଗ ଏବଂ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି ।