ଦିଲ୍ଲୀରେ ଓମିକ୍ରୋନ ବିଏଫ୍.୭ ସଂସ୍କରଣର ଆସିନାହିଁ କୌଣସି ମାମଲା – ଡା. ସୁରେଶ କୁମାର
ନୂଆଦିଲ୍ଲୀ : ଚୀନ୍ ସହିତ ପାଞ୍ଚ ଦେଶରେ କରୋନାର ନୂଆ ଲହରକୁ ଦେଖି ଦେଶରେ ମଧ୍ୟ ସତର୍କତା ବଢ଼ାଇ ଦିଆଯାଇଛି । ଓମିକ୍ରୋନ ବିଏଫ୍. ୭ ସଂସ୍କରଣର କିଛି ମାମଲା ଦେଶରେ ଦେଖା ଯିବା ଖବର ମଧ୍ୟରେ ଲୋକନାୟକ ଜୟପ୍ରକାଶ ହସ୍ପିଟାଲର ପ୍ରବନ୍ଧ ନିର୍ଦ୍ଦେଶକ ଡା. ସୁରେଶ କୁମାର କହିଛନ୍ତି ଯେ ଦିଲ୍ଲୀରେ ଓମିକ୍ରନର ବିଏଫ୍. ୭ ଭ୍ୟାରିଏଂଟର କୌଣସି ମାମଲା ଆଗକୁ ଆସିନାହିଁ । ସେ କହିଛନ୍ତି ଯେ ହସ୍ପିଟାଲ ପ୍ରବନ୍ଧନର କରୋନାର ବର୍ତମାନର ସ୍ଥିତି ଉପରେ ପୁରା ନଜର ଅଛି । ସେ କହିଛନ୍ତି ଯେ ଦିଲ୍ଲୀ ପୂର୍ଣ୍ଣଭାବେ ପ୍ରସ୍ତୁତି ଏବଂ ସତର୍କ ଅଛନ୍ତି ।