ଶରଦ ପାୱାରଙ୍କୁ ଭେଟିଲେ ନୀତିଶ କୁମାର
ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ୨ ଦିନିଆ ଦିଲ୍ଲୀ ଗସ୍ତରେ ଆସି ଅନେକ ଅଣବିଜେପି ନେତାଙ୍କୁ ଭେଟିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଏନସିପି ନେତା ଶରଦ ପାୱାରଙ୍କୁ ମଧ୍ୟ ଭେଟିଥିବା ଜଣାପଡ଼ିଛି । ଉଭୟ ନେତାଙ୍କ ମଧ୍ୟରେ ପାଖାପାଖି ୪୦ ମିନିଟ ଆଲୋଚନା ହୋଇଥିଲା ।
ଶରଦ ପାୱାରଙ୍କୁ ଭେଟିବା ପରେ ନୀତିଶ କୁମାର କହିଛନ୍ତି ଯେ, ଆମେ ଏକତ୍ରିତ ହୋଇ ନିର୍ବାଚନ ଲଢ଼ିଲେ ତାହା ଦେଶର ବିକାଶ ପାଇଁ ଭଲ ହେବ । ଆମେ ଏକଜୁଟ ହେବା ନିହାତି ଜରୁରୀ । ସମସ୍ତ ପାର୍ଟି ସହ କଥା ହୋଇ ଭଲ ଲାଗିଲା । ଦେଶକୁ କବଜା କରିବା ପାଇଁ ଚେଷ୍ଟା କରାଯାଉଛି । ଏମାନେ(ବିଜେପି) ପ୍ରଚାରରେ ଲାଗି ପଡ଼ିଛନ୍ତି ।