ନୀଳଗିରି ଏନ୍ଏସି ହାତେଇଲା ବିଜେଡି

ବିଜେଡି ୮, ଭାଜପା ୩, ସ୍ୱାଧୀନରୁ ୧ ଓ କଂଗ୍ରେସର ୧ କାଉନସିଲର ବିଜୟୀ
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ବିଜ୍ଞାପିତ ପରିଷଦ ଅଞ୍ଚଳ (ଏନ୍ଏସି) ପାଇଁ ୧୩ ଗୋଟି ୱାର୍ଡ଼ରୁ ବିଜେଡି ୮, ଭାଜପା ୩, ସ୍ୱାଧୀନରୁ ୧ ଓ କଂଗ୍ରେସର ୧ କାଉନସିଲର ବିଜୟୀ ହୋଇଛନ୍ତି । ସେହିପରି ଅଧ୍ୟକ୍ଷା ପଦବୀରେ ବିଜେଡି ପ୍ରାର୍ଥୀନୀ ଅମ୍ବିକା ଦାସ ବିଜୟୀ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଭାଜପାର ଅର୍ଚ୍ଚନା ସେଠୀଙ୍କୁ ୩୫ ଖଣ୍ଡ ଭୋଟ୍ରେ ହରାଇଛନ୍ତି ।
୧ନଂ. ୱାର୍ଡ଼ରୁ ବିଜେଡି ପ୍ରାର୍ଥୀନୀ ରତିପ୍ରଭା ସାହୁ, ୨ନଂ. ୱାର୍ଡ଼ରୁ ବିଜେଡି ପ୍ରାର୍ଥୀ ରାଜୁ ସିଂ, ୩ନଂ. ୱାର୍ଡ଼ରୁ ଭାଜପା ପ୍ରାର୍ଥୀନୀ ପ୍ରତିମା ମୁଦୁଲି, ୪ନଂ. ୱାର୍ଡ଼ରୁ ବିଜେଡି ପ୍ରାର୍ଥୀ ମହିନ୍ଦ୍ର ନାଥ ବେହେରା, ୫ନଂ. ୱାର୍ଡ଼ରୁ ବିଜେଡି ପ୍ରାର୍ଥୀନୀ ଆଦ୍ୟାଶା ଦାସ, ୬ନଂ. ୱାର୍ଡ଼ରୁ ସ୍ୱାଧୀନ ପ୍ରାର୍ଥୀ ପ୍ରତାପ କୁମାର ସେଠୀ, ୭ନଂ. ୱାର୍ଡ଼ରୁ ବିଜେଡି ପ୍ରାର୍ଥୀନୀ କମଳା ମଣି ପରିଡ଼ା, ୮ନଂ. ୱାର୍ଡ଼ରୁ ଭାଜପା ପ୍ରାର୍ଥୀନୀ ସୁଚିସ୍ମିତା ବେହେରା, ୯ନଂ. ୱାର୍ଡ଼ରୁ ବିଜେଡି ପ୍ରାର୍ଥୀନୀ ବନିତା ମହାଳିକ, ୧୦ନଂ. ୱାର୍ଡ଼ରୁ ବିଜେଡି ପ୍ରାର୍ଥୀ ଗୌରାଙ୍ଗ ବିନ୍ଧାଣି, ୧୧ନଂ. ୱାର୍ଡ଼ରୁ ଭାଜପା ପ୍ରାର୍ଥୀନୀ ସୁଲୋଚନା ଖଟୁଆ, ୧୨ନଂ. ୱାର୍ଡ଼ରୁ ବଜେଡି ପ୍ରାର୍ଥୀନୀ ପ୍ରିୟଙ୍କା ସିଂ, ୧୩ନଂ. ୱାର୍ଡ଼ରୁ କଂଗ୍ରେସ ପ୍ରାର୍ଥୀନୀ ରିତାଞ୍ଜଳି ପ୍ରଧାନ ବିଜୟୀ ହୋଇଛନ୍ତି । ନୀଳଗିରି ଏନ୍ଏସିରେ ଅଧ୍ୟକ୍ଷା ପଦ ପାଇଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ଏମ୍ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏବଂ ସ୍ଥାନୀୟ ବିଧାୟକ ଇଂ. ସୁକାନ୍ତ କୁମାର ନାୟକ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଥିବା ସତ୍ତ୍ୱେ ବିଜେଡି ପ୍ରାର୍ଥୀଙ୍କ ଠାରୁ ପଛରେ ପଡ଼ିଯିବା ଘଟଣା ନୀଳଗିରିରେ ଚର୍ଚ୍ଚାର ବିଷୟ ହୋଇଛି । ନୀଳଗିରି ବିଜେଡିର ବିଜୟ ଉତ୍ସବ ବହୁ ଆଡ଼ମ୍ବର ଓ ଶଙ୍ଖ ଧ୍ୱନିରେ ସହର ପ୍ରକମ୍ପିତ ହୋଇ ଉଠିଥିଲା ।