ନିର୍ବାଚନୀ ଇସ୍ତାହାର ପ୍ରକାଶ ପରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କଲେ ନୀଳଗିରି ବିଧାୟକ ପ୍ରାର୍ଥୀ ସୁକାନ୍ତ ନାୟକ
ନୀଳଗିରି : ଆଜି ମାନ୍ୟବର ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ନିର୍ବାଚନରେ ଦଳୀୟ ଇସ୍ତାହାର ପ୍ରକାଶ କରିବା ପରେ ନୀଳଗିରି ବିଜେଡି କାର୍ଯ୍ୟାଳୟ ଚଳ ଚଞ୍ଚଳ ହେବା ସହିତ ବିଜେଡି ପ୍ରେମୀ ଓ ଭୋଟରଙ୍କ ମଧ୍ୟରେ ଆନନ୍ଦ ଉଲ୍ଲାସ ଦେଖିବାକୁ ମିଳିଛି | ଏନେଇ ବିଜେଡି ଦଳର ନୀଳଗିରି ବିଧାୟକ ପ୍ରାର୍ଥୀ ଇଂ ସୁକାନ୍ତ କୁମାର ନାୟକ ନିଜ କାର୍ଯ୍ୟାଳୟ ରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ଧନ୍ୟବାଦ ଦେଇଛନ୍ତି | ଏଥିରେ କୃଷକମାନଙ୍କର ଆର୍ଥିକ ମାନଦଣ୍ଡର ଉନ୍ନତି,ଯୁବ ଗୋଷ୍ଠୀଙ୍କୁ ପ୍ରାଧାନ୍ୟ , ସ୍ଵୟଂ ସାହାୟିକା ଗୋଷ୍ଠୀ ସଶକ୍ତିକରଣ, ନିଯୁକ୍ତି ର ସୁଯୋଗ, ଜଳସେଚନ ସୁବିଧା, ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ସହାୟତା ରାଶି ପ୍ରଦାନ,ମେଧା ବୃତ୍ତି ପ୍ରଦାନ, ପଛୁଆ ବର୍ଗଙ୍କ ପାଇଁ ଶିକ୍ଷା ,ସ୍ୱାସ୍ଥ୍ୟ କ୍ଷେତ୍ରରେ ପ୍ରାଧାନ୍ୟ, ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଉନ୍ନତି କରଣ ପ୍ରମୁଖ ଇସ୍ତାହାର ପ୍ରକାଶ ଙ୍କୁ ନେଇ ବିଧାୟକ ପ୍ରାର୍ଥୀ ସୁକାନ୍ତ ନାୟକ ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି | ଏହି ସାମ୍ବାଦିକ ସମ୍ମିଳନୀରେ ଏନଏ ସି ଅଧ୍ୟକ୍ଷା ଅମ୍ବିକା ଦାସ, ନଗର ସଭାପତି ରବୀନ୍ଦ୍ର ପରିଡା, ଏସସି ସେଲ୍ ଅଧ୍ୟକ୍ଷ ଶରତ ଦାସ,ଆଇନଜୀବି ଦିଗମ୍ବର ସ, କିଶୋରେ ଦାସ, କରୁଣାକର ସ୍ୱାଇଁ, ଅଭିଷେକ ବେହେରା, ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ |