ନୀଳଗିରି ବିଜେଡିରେ ମିଶ୍ରଣ ପର୍ବ : ବହୁ ପୂର୍ବତନ ସରପଞ୍ଚ, ସମିତି ସଭ୍ୟାସଭ୍ୟ, ୱାର୍ଡ଼ ସଭ୍ୟାସଭ୍ୟ ହେଲେ ସାମିଲ
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ବିଜେଡି କାର୍ଯ୍ୟାଳୟରେ ବିଧାୟକ ଇଂ. ସୁକାନ୍ତ କୁମାର ନାୟକଙ୍କ ତତ୍ତ୍ୱାବଧାନରେ ସୋମବାର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଜାଇଛି । ବିଧାୟକଙ୍କ ବ୍ୟକ୍ତିତ୍ୱରେ ପ୍ରଭାବିତ ହୋଇ ନୀଳଗିରି ନିର୍ବାଚନ ମଣ୍ଡଳୀର ବହୁ ପୂର୍ବତନ ସରପଞ୍ଚ, ସମିତି ସଭ୍ୟାସଭ୍ୟ, ୱାର୍ଡ଼ ସଭ୍ୟାସଭ୍ୟ ବିଜେଡିରେ ସାମିଲ ହୋଇଥିଲେ ।
ସୂଚନା ଯେ, ଗତ ମାର୍ଚ୍ଚ ୩୧ତାରିଖରେ ଶଙ୍ଖଭବନରେ ବିଧାୟକ ଇଂ. ନାୟକ ଭାଜପା ଛାଡ଼ି ବିଜେଡିରେ ଯୋଗଦାନ ପରେ ତାଙ୍କ ପ୍ରତି ପୂର୍ବପରି ଅହେତୁକ ଜନସମର୍ଥନ ମିଳୁଥିବା ଦେଖିବାକୁ ମିଳିଛି । କଥାରେ ନୁହେଁ କାମରେ ବିଶ୍ୱାସ ରଖି ନୀରବଚ୍ଛିନ୍ନ ଲୋକଙ୍କର ସେବା କରିବା, ଜନତା ଜନାର୍ଦ୍ଦନଙ୍କ ଆଦେଶକୁ ସର୍ବାଗ୍ରେ ପ୍ରାଥମିକତା ଦେଉଥିବା ତଥା ନୀଳଗିରିବାସୀଙ୍କର ପ୍ରୀୟନେତା ସୁକାନ୍ତ ନାୟକଙ୍କ ପ୍ରତି ଅକୁଣ୍ଠ ଜନ ସମର୍ଥନ ପୁଣିଥରେ ଆଗାମୀ ନିର୍ବାଚନରେ ତାଙ୍କୁ ବିଧାୟକ ଭାବରେ ନୀଳଗିରିବାସୀ ଦେଖିବାକୁ ଚାହୁଁଛନ୍ତି। ସର୍ବୋପରି ବିଜୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ବିଧାୟକ ଇଂ. ନାୟକ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣକାରି ଯୋଜନା ଏବଂ ବିକାଶର ପ୍ରଗତିକୁ ପୁନର୍ବାର ଓଡ଼ିଶାବାସୀଙ୍କ ପାଖରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଆଗାମୀ ସାଧାରଣ ନିର୍ବାଚନରେ ଷଷ୍ଠଥର ପାଇଁ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ରୂପେ ଦେଖିବାକୁ ଚାହୁଁଥିଲେ ତାଙ୍କ ପ୍ରତିନିଧି ମାନଙ୍କୁ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ । ଏହି ଅବସରରେ ବିଜେଡିର ଜିଲା ଯୁବ ବିଜେଡ଼ି ସଭାପତି ତାପସ ପରିଡା, ଭାଗବତ ଖିଲାର, ଉପେନ୍ଦ୍ର ଦାସ, ରାଜୀବ ଦାସବାବୁ, ରାମକୃଷ୍ଣ ମହାପାତ୍ର, କୁଳମଣୀ ନାୟକ ପ୍ରମୁଖ ତୁଙ୍ଗ ନେତା ଉପସ୍ଥିତ ଥିଲେ । ମିଶ୍ରଣ ପର୍ବରେ ମୋଟ ୧୯ଜଣ ନୂତନ ଭାବେ ଦଳରେ ସାମିଲ ହୋଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରେ ପୂର୍ବତନ ସରପଞ୍ଚ ମିତାରାଣୀ ସିଂ, ସୁଲୋଚନା ଖଣ୍ଡେଇ, ଜୟରାମ ମାରାଣ୍ଡି, ବୈଦନାଥ ସିଂ, ଚନ୍ଦ୍ରମୋହନ ସିଂ, ଗୋବିନ୍ଦ ପ୍ରଧାନ ପୂର୍ବତନ ସମିତି ସଭ୍ୟାସଭ୍ୟ ସରସ୍ୱତୀ ସିଂ, ରିତାଞ୍ଜଳି ବେହେରା, ମମତା ସିଂ, ପୂର୍ଣଚନ୍ଦ୍ର ସିଂ, ଶଚିନ୍ଦ୍ର ରାଉତ, ସନ୍ତୋଷ ହୋତା, ନୀଳଗିରି ଲ୍ୟାମ୍ପ ଡାଇରେକ୍ଟର ପ୍ରତାପ ଚନ୍ଦ୍ର ସିଂ, ରିଶିଆ ପାଣିପଞ୍ଚାୟତ ସମ୍ପାଦକ ଶ୍ରୀକଣ୍ଠ ମାଣିକଙ୍କ ସମେତ ଏକାଧିକ ୱାର୍ଡ଼ ସଭ୍ୟାସଭ୍ୟ ବିଜେଡିରେ ସାମିଲ ହୋଇଥିଲେ ।