ନୀଳକଣ୍ଠେଶ୍ୱର ଡିଗ୍ରୀ ମହାବିଦ୍ୟାଳୟର ଶୀତକାଳୀନ ସ୍ୱତନ୍ତ୍ର ସେବା ଶିବିର
ବାଲେଶ୍ୱର : ବାଲେଶ୍ୱରର ବାଙ୍ଗରା ସ୍ଥିତ ନୀଳକଣ୍ଠେଶ୍ୱର ଡିଗ୍ରୀ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁଲକୁଲ୍ୟରେ ଶୀତକାଳୀନ ସ୍ୱତନ୍ତ୍ର ସେବା ଶିବିରର ଉଦ୍ଘାଟିତ ହୋଇଛି ।
ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଣତି ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିବିରରେ ମୁଖ୍ୟଅତିଥି ଭାବେ ଫକୀର ମୋହନ ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନା ବ୍ୟୁରୋର କାର୍ଯ୍ୟକ୍ରମ ସଂଯୋଜକ ଡ. ଅମୂଲ୍ୟ କୁମାର ଆଚାର୍ଯ୍ୟ ଯୋଗଦେଇ ଶିବିରକୁ ଉଦ୍ଘାଟନ କରିବା ସହ ଶିବିରାର୍ଥୀ ମାନଙ୍କୁ ଜାତୀୟ ସେବା ଯୋଜନାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ । ଜାତୀୟ ଶିକ୍ଷାନୀତିରେ ଶିକ୍ଷା ସହ ଜାତୀୟ ସେବା ଯୋଜନାର ଗୁରୁତ୍ୱ ସମ୍ବନ୍ଧରେ ଆଲୋଚନା କରିଥିଲେ । ପ୍ରୋଗ୍ରାମ ଅଫିସର ଡ. ଲେଖାରାଣୀ ଦାସ ଅତିଥି ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।
ଚ୍ଛାସେବୀ ଉର୍ମିଳା ଦାସ ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ । ମୁଖ୍ୟବକ୍ତା ଭାବେ ନୀଳମଣି ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରାଧ୍ୟାପକ ବସନ୍ତ କୁମାର ଭୋଇ ଯୋଗଦେଇ ସ୍ୱେଚ୍ଛାସେବୀମାନଙ୍କୁ ଜାତୀୟ ସେବା ଯୋଜନା ଶିବିରରେ ଯୋଗଦେଇଥିବାରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ସେବା ମାଧ୍ୟମରେ ଜନସାଧାରଣଙ୍କର ନିକଟବର୍ତ୍ତୀ ହେବାକୁ ପରାମର୍ଶ ପ୍ରଦାନ କରିଥିଲେ । ଜିଲା କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଗୌରାଙ୍ଗ ପଣ୍ଡା ଶିବିର ଆୟୋଜନ ପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷା, ପ୍ରୋଗ୍ରାମ ଅଫିସର ଓ ସ୍ୱେଚ୍ଛାସେବୀ ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ । କାହ୍ନୁ ଚରଣ, ମାନସ ସାହୁ ଓ ସସ୍ମିତା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସ୍ୱେଚ୍ଛାସେବୀ ହିମାଦ୍ରୀ ତନୟା ନାୟକ ଧନ୍ୟବାଦ ଦେଇଥିଲେ ।