ବିଜେପିରେ ଯୋଗଦେଲେ ଜଡିଦା ସରପଞ୍ଚ ଓ ସମର୍ଥକ
ନୀଳଗିରି : ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ନୀଳଗିରି ରାଜନୀତି ଚଳଚଞ୍ଚଳ। ନୀଳଗିରି ବିଜେଡିର କାର୍ଯ୍ୟଧାରାକୁ ବିରୋଧ କରି ଶନିବାର ବିଜେଡି ଦଳ ଛାଡି ବିଜେପିରେ ଯୋଗଦାନ କରିଛନ୍ତି ନୀଳଗିରି ବ୍ଲକ ଜଡିଦା ପଞ୍ଚାୟତ ସରପଞ୍ଚ ମାୟାଧର ମଢେଇ ଓ ତାଙ୍କ ସମର୍ଥକ । ଏହି ଅବସରରେ ନୀଳଗିରି ବିଧାୟକ ସୁକାନ୍ତ ନାୟକ ଦଳୀୟ କାର୍ଯ୍ୟାଳୟରେ ତାଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ।
ସରପଞ୍ଚ ଶ୍ରୀ ମଢେଇଙ୍କ ଯୋଗଦାନ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେପିକୁ ଅଧିକ ମଜଭୁତ କରିବ ବୋଳି ବିଜେପି ଦଳ ପକ୍ଷରୁ କୁହାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଚାଇନା ସିଂ, ହରେକୃଷ୍ଣ ମହାକୁଡ, ଦିଲ୍ଲୀପ ଆଚାର୍ଯ୍ୟ, ବାସୁଦେବ ମଢେଇ, ଶମ୍ଭୁନାଥ ବିଶୋଇ, କୈଳାସ ମଢେଇ, ନରେନ୍ଦ୍ର ମଢେଇ, ଭିମ ମଢେଇ, ସୁରେନ୍ଦ୍ର ଖଣ୍ଡେ, ସୋମନାଥ ନାୟକ ଓ ଅନ୍ୟ ସହଯୋଗି ଯୋଗଦାନ କରିଥିଲେ। ଏହି ଯୋଗଦାନ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ ରାମଚନ୍ଦ୍ର ସିଂ, କୈଳାସ ମହାନ୍ତି, ସତ୍ୟବାନ ମଢେଇ, ପ୍ରଫୁଲ୍ଲ ମଢେଇ, ମୋହନ ମଢେଇ, ବିନୋଦ ମାହାନ୍ତି ପ୍ରମୁଖ ଥିଲେ।