ଆଜିଠୁ ଟୁଇନସିଟିରେ ନାଇଟ୍ କର୍ଫ୍ୟୁ
ଭୁବନେଶ୍ଵର : ଅକ୍ଟୋବର ମାସ ପହିଲାରୁ କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ିବାରେ ଲାଗିଛି। କିନ୍ତୁ ଏଥିପ୍ରତି କାହାର ନଜର ନାହିଁ। ପୂଜା ପାଇଁ ଏବେ ସମସ୍ତେ ବ୍ୟସ୍ତ। ଯେଉଁଥିପାଇଁ ବଜାରରେ ପ୍ରବଳ ଭିଡ। ଲୋକଙ୍କ ଭିଡକୁ ଦେଖିଲା ଲାଗୁଛି କରୋନାକୁ ଆଉ କେହି ଖାତିର ଯେମିତି କରୁନାହାନ୍ତି । ଏପଟେ ଆଜି ଠାରୁ ଟୁଇନସିଟିରେ ନାଇଟକର୍ଫ୍ୟୁ ଲାଗୁ ହେବାକୁ ଯାଉଛି । ଏଥିପାଇଁ ପୋଲିସ ପ୍ରଶାସନ ସଜାଗ ହେଉଥିବା ବେଳେ ସ୍ବାସ୍ଥ୍ୟ ବିଭାଗ ସର୍ତକ କରାଇଦେଇଛି। ଟିକେ ଅବହେଳା ପୁଣି ବଡ ବିପଦ ଆଣିପାରେ। ପୂଜା ପାଇଁ ବଜାରରେ ଭିଡ ବଢ଼ୁଛି। ଅନେକଙ୍କ ମୁହଁରେ ମାସ୍କ ନାହିଁ । କେଉଁ ଦୋକାନରେ କୋଭିଡ ଗାଇଡ ଲାଇନ ଠିକ୍ରେ ପାଳନ ହେଉନି। ଯିଏ ଯେମିତି ପାରିଲା ବୁଲିଲା, ଗହଳି କଲା । କରୋନାକୁ ସତେ ଯେମିତି ଆଉ କାହାର ଖାତିର ନାହିଁ । ଆଉ ଏହା ହିଁ ଆଗକୁ ମାରତ୍ମାକ ସାବ୍ୟସ୍ତ ହେବ । କାରଣ ପୁଣି ବଢିଲାଣି କରୋନା ।
ଏହାକୁ ନଜରରେ ରଖି ଆଜି ଠାରୁ ଟୁଇନ୍ ସିଟିରେ ନାଇଟ କର୍ଫ୍ୟୁ ଲାଗୁ ହେଉଥିବାରୁ କୋଭିଡ ଗାଇଡ ଲାଇନ କିଭଳି ଲୋକେ ପାଳନ କରିବେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। କଟକରେ ୩୨ ପ୍ଲାଟୁନ ପୋଲିସ ଫୋର୍ସ ସହ ମୁତୟନ ହେବେ ଶହେ ବରିଷ୍ଠ ଅଧିକାରୀ। କୋଭିଡ ଗାଇଡ ଲାଇନ ମାନି ପୂଜା କରିବା ପାଇଁ ପରାମର୍ଶ ଦିଆଯାଇଛି । ସ୍ବାସ୍ଥ୍ୟ ବିଭାଗ କହିଛି ଏହି ତିନି ମାସ ନିର୍ଣ୍ଣାୟକ। ବର୍ତ୍ତମାନ ଭାଇରସ କୁଆଡେ ଯାଇନି। ଏହି ତିନି ମାସରେ ପାର୍ବଣ ଋତୁ ହେଇଥିବାରୁ ଏହି ସମୟରେ ଏକାଠି ନହେବା ଗହଳି ନ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିବେଦନ କରାରଯାଇଛି। ସବୁ ପର୍ବ ପର୍ବାଣୀ ଘର ଭିତରେ ରହି ପାଳନ କରିବା ଜରୁରୀ । ଅନାବଶ୍ୟକ ଭାବେ ବାହାରକୁ ଯାଆନ୍ତୁ ନାହିଁ ବୋଲି ସ୍ବାସ୍ଥ୍ୟ ବିଭାଗ ପରାର୍ମଶ ଦେଇଛି ।