ରାଜ୍ୟର ୧୦ ଜିଲାରେ ନାଇଟ୍ କର୍ଫ୍ୟୁ
ରାତି ୧୦ରୁ ଭୋର ୫ ସବୁ ବନ୍ଦ, ଜରୁରୀ ସେବାକୁ ଅନୁମତି
ଭୁବନେଶ୍ବର : ଓଡିଶାକୁ ପୁଣି ଫେରିଲା ନାଇଟକଫ୍ୟୁ । କରୋନା ସଂକ୍ରମଣ ଦିନକୁ ଦିନ ପୁଣି ବଢୁଥିବା ବେଳେ ୫ ରାଜ୍ୟର ୧୦ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁହେବା ନେଇ ଘୋଷଣା କରାଯାଇଛି । ସୁନ୍ଦରଗଡ, ବଲାଙ୍ଗିର, ନୂଆପଡା, ସମ୍ବଲପୁର, ଝାରସୁଗୁଡା, କଳାହାଣ୍ଡି, ନବରଙ୍ଗୁପର, କୋରାପୁଟ, ମାଲକାନାଗିରି ଏବଂ ବରଗଡ ଜିଲ୍ଲାରେ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି । ରାତି ୧୦ଟାରୁ ଭୋର ୫ ଟା ଯାଏଁ ରାଜ୍ୟର ଏହି ୧୦ ଜିଲ୍ଲାରେ ନାଇଟ କର୍ଫ୍ୟୁ ଲାଗୁହେବ । ଆସନ୍ତା ଏପ୍ରିଲ ୫ ତାରିଖରୁ ଏହି ନିୟମ ଲାଗୁ ହେବା ନେଇ ସୂଚନା ମିଳିଛି । ନାଇଟ କର୍ଫ୍ୟୁ ବେଳେ ଜରୁରୀ ସେବା ଚାଲୁ ରହିବ ।
ରାଜ୍ୟ ସରକାର ମୁଖ୍ୟତଃ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ସୀମାନ୍ତ ଜିଲ୍ଲାଗୁଡ଼ିକରେ ନାଇଟ୍ କର୍ଫ୍ୟୁ ଜାରି କରିଛନ୍ତି। ପଡ଼ୋଶୀ ଛତିଶଗଡ଼ ରାଜ୍ୟ ସହ ସଂଯୁକ୍ତ ଥିବା ଜିଲ୍ଲାଗୁଡ଼ିକରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ହେତୁ ଏହି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଛତିଶଗଡ଼ରେ କରୋନା ସଂକ୍ରମଣ ସ୍ଥିତି ବିଗିଡ଼ିବାରେ ଲାଗିଥିବା ବେଳେ ସେଠାକାର ଦୁର୍ଗ ଜିଲ୍ଲାରେ ଲକଡାଉନ୍ ଜାରି କରାଯାଇଛି। ସେହିପରି କ୍ରିକେଟ୍ ମ୍ୟାଚ ଦେଖିବାକୁ ରାୟପୁର ଯାଇଥିବା ନୂଆପଡ଼ାର ବହୁ ଖେଳପ୍ରେମୀ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଛତିଶଗଡ଼ କନେକସନ୍ ଚିନ୍ତାର କାରଣ ହୋଇଥିଲା। କରୋନା ସଂକ୍ରମଣକୁ ରୋକିବା ଲାଗି ଏହି ପଦକ୍ଷେପ ଗ୍ରହଣ କରାଯାଇଛି।ସୂଚନା ଯେ, ରାଜ୍ୟରେ ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଗତ କିଛି ଦିନ ଧରି ଲଗାତାର ଭାବେ ସଂକ୍ରମିତଙ୍କ ସଂଖା ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ୧୦ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁହେବା ନେଇ ଘୋଷଣା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୫୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪୨୨୨୪ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୬୭ ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୧୮୫ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।