ଲଶ୍କର-ଇ-ତୋଏବାକୁ ଗୁପ୍ତ ତଥ୍ୟ ଯୋଗାଉ ଥିବା ଅଭିଯୋଗରେ ଆଇପିଏସ୍ ଅଧିକାରୀକୁ ଗିରଫ୍ କଲା ଏନଆଇ
ନୂଆଦିଲ୍ଲୀ : ଜାତୀୟ ଅନୁସନ୍ଧାନକାରୀ ସଂସ୍ଥା ଏହାର ପୂର୍ବତନ ପୋଲିସ ଅଧୀକ୍ଷକ ତଥା ଆଇପିଏସ୍ ଅଧିକାରୀ ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଏବା ସଦସ୍ୟଙ୍କ ନିକଟରେ ଗୁପ୍ତ ତଥ୍ୟ ଲିକ୍ କରିଥିବା ଅଭିଯୋଗରେ ଗିରଫ କରିଛି। ଏହାକୁ ନେଇ ଏଜେନ୍ସିର ମୁଖପାତ୍ର ଏହି ସୂଚନା ଦେଇଛନ୍ତି। ଏନେଇ ମୁଖପାତ୍ର କହିଛନ୍ତି ଯେ ଭାରତୀୟ ପୋଲିସ ସେବାର ୨୦୧୧ ବ୍ୟାଚରେ ପଦୋନ୍ନତି ପାଇଥିବା ନେଗିଙ୍କୁ ଗତ ବର୍ଷ ନଭେମ୍ବର ୬ରେ ଏନଆଇଏ ଦ୍ୱାରା ପଞ୍ଜୀକୃତ ମାମଲାରେ ଗିରଫ କରାଯାଇଥିଲା।
ଏହି ମାମଲା ଭାରତରେ ଷଡଯନ୍ତ୍ର ତଥା କାର୍ଯ୍ୟକାରିତାକୁ ସୁଗମ କରିବା ପାଇଁ ଆତଙ୍କୀ ଲଶ୍କର-ଇ-ତୋଏବା ନେଟୱାର୍କର ବିସ୍ତାର କରାଯାଇଥିଲା । ଏହି ମାମଲାରେ ଏନଆଇଏ ପୂର୍ବରୁ ୬ଜଣଙ୍କୁ ଗିରଫ କରିଥିଲା। ସେ କହିଛନ୍ତି ଯେ ଏହା ମଧ୍ୟ ଦେଖିବାକୁ ମିଳିଛି ଯେ ଏନଏସିର ସରକାରୀ ଗୋପନୀୟ ତଥ୍ୟ ନେଗୀଙ୍କ ଦ୍ୱାରା ଅନ୍ୟ ଜଣେ ଅଭିଯୁକ୍ତ ବ୍ୟକ୍ତିଙ୍କ ନିକଟରେ ଲିକ୍ କରାଯାଇଥିଲା। ଅନେକ କାଶ୍ମୀର କେନ୍ଦ୍ରିତ ଆତଙ୍କବାଦୀ ମାମଲାରେ ଅରବିନ୍ଦ ଦିଗବିଜୟ ସିଂହ ନେଗୀ ମୁଖ୍ୟ ଅନୁସନ୍ଧାନକାରୀ ଥିଲେ। ପୁଲୱାମା ହମଲାର ଯାଞ୍ଚ ଟିମର ସଦସ୍ୟ ଥିଲେ ଅରବିନ୍ଦ। ଉକ୍ତ ଆତଙ୍କବାଦୀକୁ ଅରବିନ୍ଦ ଏନଆଇର କିଛି ଗୁରୁତ୍ୱପୂର୍ଣ୍ଣ ଓ ଗୁପ୍ତ ଦସ୍ତାବିଜ ପ୍ରଦାନ କରିଥିବା ତଦନ୍ତରୁ ଜଣାପଡ଼ିଛି ।
ଏହାପୂର୍ବରୁ ସୋମବାର ଦିନ ଜାତିସଂଘ ସୁରକ୍ଷା ପରିଷଦର ଆତଙ୍କବାଦ ବିରୋଧୀ କମିଟିର ସଭାପତି ରାଷ୍ଟ୍ରଦୂତ ଟି.ଏସ୍ ତିରୁମୁର୍ତ୍ତୀ ତାଲିବାନ, ଅଲ-କାଏଦା ଏବଂ ଲଶ୍କର-ଏ-ତେଏବା ଏବଂ ଜୈସ୍-ଏ-ମହମ୍ମଦ ଭଳି ଆତଙ୍କବାଦୀ ଗୋଷ୍ଠୀ ମଧ୍ୟରେ ଥିବା ସମ୍ପର୍କକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି। ଏହା ସହ ଆତଙ୍କବାଦୀ ସଂଗଠନ ମଧ୍ୟରେ ଥିବା ସମ୍ପର୍କ ଅନ୍ୟ ଏକ ଚିନ୍ତାର କାରଣ ଅଟେ। ଏହା ସହ ଆତଙ୍କବାଦୀ ଗୋଷ୍ଠୀ ତାଲିବାନର ଉଦାହରଣ ବ୍ୟବହାର କରିବାକୁ ଚେଷ୍ଟା କରିପାରନ୍ତି।