ନିରଜ ଚୋପ୍ରାଙ୍କ ନାଁରେ ନାମିତ ହେଲା ପୁନେର ନବନିର୍ମିତ ଷ୍ଟାଡିୟମ
![](https://thetruths.in/wp-content/uploads/2021/08/newly-built-stadium-in-Pune-was-named-after-Niraj-Chopra.jpeg)
ପୁନେ : ଟୋକିଓ ଅଲିମ୍ପିକରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଥିବା ନିରଜ ଚୋପ୍ରାଙ୍କ ନାଁରେ ପୁନେରେ ନବନିର୍ମିତ ଷ୍ଟାଡିୟମର ନାମକରଣ କରାଯାଇଛି। ଏନେଇ ନିରଜଙ୍କ କୋଚ ଓ ସହଯୋଗୀ ଖୁସି ଜାହିର କରିଛନ୍ତି। ସେ କହିଛନ୍ତି ଯେ ଦିନେ ନିରଜଙ୍କ ପାଖରେ ଅଭ୍ୟାସ କରିବାକୁ ପଡିଆ ବି ନଥିଲା କିନ୍ତୁ ଆଜି ପୁନେରେ ତାଙ୍କ ନାଁରେ ଷ୍ଟାଡିୟମ ଅଛି। ଏହା ପାନିପତ ଓ ହରିୟାଣା ନୁହେଁ ବରଂ ସାରା ଦେଶ ପାଇଁ ଗର୍ବର ବିଷୟ।
କୋଚ ଜିତେନ୍ଦ୍ର କହିଛନ୍ତି ଯେ ଯେତେବେଳେ ନିରଜଙ୍କୁ ପ୍ରଥମେ ଜାଭେଲିନ ଥ୍ରୋ କରାଇଥିଲେ ସେତେବେଳେ ସେ ତାଙ୍କ ମଧ୍ୟରେ ଦୃଢ ସମ୍ଭାବନା ଦେଖିଥିଲେ ଓ ତାଙ୍କୁ ପ୍ରସ୍ତୁତ ହେବାକୁ କହିଥିଲେ। ସେତେବେଳେ ଜିଲ୍ଲାରେ କେବଳ ସିବକି ଷ୍ଟାଡିୟମ ଥିଲା। ଶିବାଜୀ ଷ୍ଟାଡିୟମକୁ ନିରଜ ଓ ତାଙ୍କ ସହଯୋଗୀ ସମତଳ କରିବାକୁ ଚେଷ୍ଟା କରିଥିଲେ। ଏହାପରେ ନିରଜଙ୍କ ସହଯୋଗୀ ଓ ଆଉ ଜଣେ କୋଚ ଜୟବିର ଅହଲାବତ ତାଙ୍କୁ ନିଜ ସହ ସମତଳ ଗ୍ରାଉଣ୍ଡ ତଲାଶରେ ଯମୁନାନଗର ଷ୍ଟାଡିୟମ ନେଇଯାଇଥିଲେ। ଯମୁନାନଗର ଯିବାପରେ ନିରଜ ଆଉ କେବେ ପାନିପତ ଷ୍ଟାଡିୟମକୁ ପଛ କରି ଦେଖିନଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସ୍ବର୍ଣ୍ଣ ପଦକ ବିଜେତା ନିରଜ ଚୋପ୍ରାଙ୍କ ନାଁରେ ପୁନେ ଷ୍ଟାଡିୟମ ନାମିତ କରିବାକୁ ଘୋଷଣା କରିଥିଲେ। ସୋମବାର ଏହି ଷ୍ଟାଡିୟମ ଉଦଘାଟନ ହେବାରଥିଲା କିନ୍ତୁ କୌଣସି କାରଣବଶତଃ ଉଦଘାଟନ ହୋଇପାରିନଥିଲା।