ବସଷ୍ଟାଣ୍ଡରୁ ନବ ଜାତ ଶିଶୁ ପୁତ୍ର ଉଦ୍ଧାର
ଜୟପୁର : ନବ ଜାତ ଶିଶୁ ପୁତ୍ର ଉଦ୍ଧାର ହୋଇଛି । ଜୟପୁର ସଦର ଥାନା ଅନ୍ତର୍ଗତ ଆମ୍ବାଗୁଡା ବସଷ୍ଟାଣ୍ଡରେ ପରିତ୍ୟକ୍ତ ଅବସ୍ଥାରେ କେହି ଛାଡି ଦେଇ ଚମ୍ପଟ ମାରିଥିଲେ । ଜଣେ ମହିଳା ଶିଶୁ ପୁତ୍ରର କାନ୍ଦ ଶୁଣି ଉଦ୍ଧାର କରି ରାବଣାଗୁଡା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଜୟପୁର ସଦର ଥାନା ଅଧିକାରୀ ଇଶ୍ୱର ତାଣ୍ଡି ଙ୍କୁ ଖବର ଦେଇଥିଲେ । ଖବର ପାଇ ଥାନା ଅଧିକାରି ଜିଲା ଶିଶୁ ସୁରକ୍ଷା ଅଧିକାରି ଙ୍କୁ ଅବଗତ କରାଇଥିଲେ । ଜିଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାସ ଆସି ଶିଶୁ ପୁତ୍ରକୁ ଗ୍ରହଣ କରି କୋରାପୁଟ ନେଇଥିଲେ । ଶିଶୁ ପୁତ୍ର ଠିକ ଥିବା ଜଣାଯାଇଛି ।