ଫିକା ପଡ଼ିବ ନୂଆ ବର୍ଷ ସେଲିବ୍ରେଶନ, ଅମାନିଆ ହେଲେ ତଣ୍ଡ
ଭୁବନେଶ୍ୱର : ଆଜି ନୂଆ ବର୍ଷ। ହେଲେ ନା ହୋଇପାରିବ ଜିରୋ ନାଇଟ ସେଲିବ୍ରେଶନ ନା ନୂଆ ବର୍ଷରେ ଜମିବ ଆସର । କେବଳ ଘରେ ରହି ନୂଆ ବର୍ଷ ପାଳିବାକୁ କହି ସବୁ ସେଲିବ୍ରେଶନ ଉପରେ କଟକଣା ଲଗାଇଦେଲେ ସରକାର। ତେଣୁ ଗତଥର ପରି ଏଥର ବି ନୂଆ ବର୍ଷ ପାଳନ ଫିକା ପଡ଼ିଯିବ ଭାବି ନିରାଶ ହୋଇପଡ଼ିଛନ୍ତି ଯୁବ ଗୋଷ୍ଠୀ।
ସମଗ୍ର ଦେଶ ତଥା ରାଜ୍ୟରେ ସତର୍କ ଘଣ୍ଟି ବଜାଇଲାଣି ଓମିକ୍ରନ୍ । ଏପରିକି ଆଖି ପିଛୁଳାକେ ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଏହାବାଦ ରାତି ପାହିଲେ ନୂଆ ବର୍ଷ ଥିବାରୁ ସେଲିବ୍ରେଶନ ମୁଡରେ ଅଛନ୍ତି ଲୋକେ। ହେଲେ ଏଥିରେ ବ୍ରେକ୍ ଲଗାଇଛନ୍ତି ରାଜ୍ୟ ସରକାର । ନୂଆବର୍ଷରେ ବିଭିନ୍ନ ସ୍ଥାନରେ ଗହଳି ହେବା ଆଶଙ୍କାରେ ରାଜଧାନୀ ଭୁବନେଶ୍ୱରରେ କଟକଣା ଲାଗିଛି । ପବ୍, ବାର୍, ରେସ୍ତୋରାଁରେ ନୂଆବର୍ଷ ସେଲିବ୍ରେସନ୍ ଉପରେ ଲାଗିଲା କଟକଣା । ଏହି ସମୟରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରାଯିବ । ଲୋକଙ୍କୁ ସତର୍କ କରିବା ସହ ଅମାନିଆଙ୍କ ଉପରେ ତଣ୍ଡ ଲଗାଯିବ । ରାଜ୍ୟ ସରକାରଙ୍କ ଗାଇଡଲାଇନ୍ ଉଲଘଂନ ହେଲେ କଠୋର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବିଏମ୍ସି କମିଶନର ।
ସେହିପରି ରାଉରକେଲା ସହରର ବିଭିନ୍ନ ହୋଟେଲ, ରେସ୍ତୋରାଁରେ କଡ଼ା ପହରା ଦିଆଯାଇଛି । ଲୋକେ ଯେପରି ରାତିରେ ସେଲିବ୍ରେସନ୍ କରିବେନି, କରୋନା କଟକଣା ପାଳନ କରିବେ ସେ ଉପରେ ଗୁରୁତ୍ୱ ଦେଇଛି ପ୍ରଶାସନ । ସହରର ବିଭିନ୍ନ ପିକନିକ୍ ସ୍ପଟ୍ରେ ପୁଲିସ୍ ପଇନ୍ତରା ମାରୁଛି । ପର୍ଯ୍ୟଟନ ସ୍ଥଳିରେ କଟକଣା ଲାଗିବା ପରେ ଏବେ ନିରାଶ ପର୍ଯ୍ୟଟକ । ବହୁ ଦୂରଦୂରାନ୍ତରୁ ନୂର ବର୍ଷ ମନାଇବାକୁ ଆସିଥଲେ ବି ଭୋଜିଭାତ କରିନପାରିବାରୁ ନିରାଶ ହୋଇଛନ୍ତି ।