ନୂଆବର୍ଷ-୨୦୨୩ ! ପ୍ରଥମ ମାସରେ କେବେ କେଉଁ ପର୍ବ, ଜାଣନ୍ତୁ ତାଲିକା
ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ, ଜାନୁଆରୀ ମାସ ବର୍ଷ ପାଇଁ ବହୁତ ଖାସ୍ ହୋଇଥାଏ। ବର୍ଷ ୨୦୨୩ ର ପ୍ରାରମ୍ଭ ପାଇଁ ମାତ୍ର ଆଉ କିଛିଟା ଦିନ ବାକି ଅଛି। ବର୍ଷ ଆରମ୍ଭ ହେବା ମାତ୍ରେ ପର୍ବ ପର୍ବାଣିର ଲାଇନ ଲାଗିଯାଏ। ଜାନୁଆରୀରେ ବିଭିନ୍ନ ଭାଷାଭାଷୀ ଅର୍ଥାତ୍ ଆମ ଦେଶରେ ଥିବା ଅନ୍ୟାନ୍ୟ ରାଜ୍ୟ ଗୁଡିକର ପର୍ବପର୍ବାଣୀ ପାଳନ ହୁଏ । ଯେମିତିକି ଲୋହଡି, ମକର ସଂକ୍ରାନ୍ତି, ବିହୁ ଏମିତି ଅନେକ ପର୍ବ ପାଳନ କରାଯାଏ । ସେହିପରି ବର୍ଷ ତମାମ ମାଘ ନବରାତ୍ରୀ, ଗଣେଶ ଚତୁର୍ଥୀ ବ୍ରତ, ସରସ୍ୱତୀ ପୂଜା, ମୋନି ଅମାବାସ୍ୟା ସହ ଦୁର୍ଗାପୂଜା ଓ ଦିପାବଳୀ ପରି ପର୍ବ ରହିଛି।
ବିଭିନ୍ନ ଧର୍ମ, ଦେବାଦେବୀ ଓ ମାନ୍ୟତାକୁ ନଜରରେ ରଖି ଆମେ ମାନେ ଘରେ କିମ୍ବା ବାହାରେ ପର୍ବ ପର୍ବାଣୀ ପାଳନ କରିଆସିଥାଉ। ଆଉ ଏହି ସବୁ ବିଶ୍ୱାସ ଆମ ପରମ୍ପରା ଓ ସଂସ୍କତି ସହିତ ମଧ୍ୟ ଜଡିତ ରହିଥାଏ। କିଛି ପର୍ବ ପୌରାଣିକ, ଐତିହାସିକ ଓ ସାମାଜିକ ମହତ୍ତ୍ୱ ମଧ୍ୟ ରଖିଥାଏ। ଆଉ ଏହି ସବୁ ପର୍ବ ଖୁସି ଓ ସୌହାର୍ଦ୍ଧ୍ୟପୂର୍ଣ୍ଣ ଭାବେ ପାଳନ କରାଯାଇଥାଏ।
ପର୍ବପର୍ବାଣି :-
୧୦ ଜାନୁଆରୀ, ମଙ୍ଗଳବାର-ସଙ୍କଟ ଚୌଥ- ତୃତୀୟ ୧୨.୯ ଘଟିକା, ଏହାବାଦ୍ ସଙ୍କଟ ଚୌଥ, ଲମ୍ବୋଦର ସଂକଷ୍ଟୀ ଚତୁର୍ଥୀ, ଗଣେଶ ଚତୁର୍ଥୀ ବ୍ରତ ମଘା
୧୪ ଜାନୁଆରୀ, ଶନିବାର-ଲୋହଡି , ସୁପ୍ତମୀ ୭.୨୨ ରାତ୍ର ଘଟିକା, ଏହାବାଦ୍ ଅଷ୍ଟମୀ, ଭୋଗି ପାଣ୍ଡିଗୋଇ, ଲୋହଡି କାଳାଷ୍ଟମୀ ହସ୍ତୀ
୧୫ ଜାନୁଆରୀ-ମକର ସଂକ୍ରାନ୍ତି, ପୋଙ୍ଗଲ, ଉତ୍ତରାୟଣ ଅଷ୍ଟମୀ ୭.୪୫ ରାତ୍ର ଘଟିକା, ଏହାବାଦ୍ ନବମୀ
୨୧ ଜାନୁଆରୀ, ଶନିବାର-ମୌନି ଅମାବାସ୍ୟା ୨.୨୨ ଭୋର ସମୟ, ଜାନୁଆରୀ ୨୨ ପର୍ଯ୍ୟନ୍ତ, ମୌନି ଅମାବାସ୍ୟା, ଦର୍ଶ ଅମାବାସ୍ୟା, ଥାଇ ଅମବସାଇ, ମାଘ ଅମାବାଷ୍ୟା, ଉତ୍ତରଷାଡା
୨୬ ଜାନୁଆରୀ, ଗୁରୁବାର-ସରସ୍ୱତୀ ପୂଜା ପଞ୍ଚମୀ ୧୦.୨୮ ସକାଳ ଘଟିକା, ଏହାବାଦ୍ ଷଷ୍ଠୀ, ବସନ୍ତ ପଞ୍ଚମୀସ ସ୍କନ୍ଦ ଷଷ୍ଠୀ, ସରସ୍ୱତୀ ପୂଜା