ନୂଆ ଭାରିଆଂଟ ବିଷୟରେ ଏବେଠୁ କହିବା ଶୀଘ୍ର ହେବ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର : କୋଭିଡ଼ର ନୂଆ ଭାରିଆଂଟ ବିଷୟରେ ଏବେଠୁ କହିବା ବହୁତ ଶୀଘ୍ର ହୋଇଯିବ । ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଏ ସମ୍ପର୍କରେ ସେ ସାମ୍ବାଦିକ ମାନଙ୍କ ସହ କଥାବାର୍ତା ହେଳେ କହିଛନ୍ତି ଯେ ବର୍ତମାନ ସମୟରେ ବିଭିନ୍ନ ଭାରିଆଂଟ ରହିବ ।
ଭାଇରସ୍ ରହିବା ପର୍ଯ୍ୟନ୍ତ ପ୍ରଜାତି ବି ବଦଳିବ । ଅଧିକ ଘାତକ ହେବ କି ନାହିଁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ନିକଟରେ ତଥ୍ୟ ନାହିଁ । ପ୍ରାମାଣିକ ତଥ୍ୟ କିଛି ଆସିନାହିଁ । ଏବେଠୁ ତଥ୍ୟକୁ ଅପେକ୍ଷା କରିବା ଆବଶ୍ୟକ ବୋଲି ସେ କହିଛନ୍ତି । ଅନ୍ୟ ପକ୍ଷରେ ନାଜାଲ ଡ୍ରପ୍ ସମ୍ପର୍କିତ ପ୍ରଶ୍ନର ଉତର ଦେଇ ସେ କହିଛନ୍ତି, ସାଇଂଟିଫିକ୍ ତଥ୍ୟ କହୁଛି ନାଜାଲ ଡ୍ରପ୍ କାମ କରୁଛି । ଗାଇଡ଼ଲାଇନ ଆସିଲେ ଯାହା କାର୍ଯ୍ୟ କରିବା କଥା କରାଯିବ । ସେ କହିଛନ୍ତି, ବର୍ତମାନ ବି ବହୁ ରୋଗୀ ଆଇସିୟୁ ଓ ଭେଂଟିଲେଟରରେ ଅଛନ୍ତି । ତେଣୁ ମୃତ୍ୟୁ ସଂଖ୍ୟା ଏପରି ରହିବ । ବର୍ତମାନ ବି ୭୦ରୁ ୭୧ଜଣ ଆକ୍ରାନ୍ତ ଭେଂଟିଲେଟରରେ ଅଛନ୍ତି । ସଂକ୍ରମଣ ପିକ୍ ପରେ ମୃତ୍ୟୁ ସଂଖ୍ୟା କମିବାକୁ ୬ରୁ ୭ ସପ୍ତାହ ଲାଗିବ ।