ପ୍ରଯୁକ୍ତିବିଦ୍ୟାର ନୂଆ ଯୁଗ ଆରମ୍ଭ : ସେନାକୁ ‘କାଉଣ୍ଟର ଡ୍ରୋନ ସିଷ୍ଟମ’ ହସ୍ତାନ୍ତର
ନୂଆଦିଲ୍ଲୀ : ପ୍ରତିରକ୍ଷା କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ଏକ ନୂଆ ଯୁଗ ଆରମ୍ଭ କରିଛି ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥାନ (ଡିଆରଡିଓ) । ପ୍ରଯୁକ୍ତିବିଦ୍ୟା, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି (କୃତିମ ବୁଦ୍ଧିମତା) ଓ ରୋବଟିକ ଟେକ୍ନୋଲୋଜି ବ୍ୟବହାର କ୍ଷେତ୍ରେରେ ଭାରତୀୟ ପ୍ରତିରକ୍ଷା ବ୍ୟବସ୍ଥାରେ ଏକ ନୂଆ ଯୁଗ ଆରମ୍ଭ କରିଥିବା କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।
ଭବିଷ୍ୟତର ପ୍ରତିରକ୍ଷା ବ୍ୟବସ୍ଥା ଓ ଆହ୍ବାନ ଗୁଡିକୁ ଦୃଷ୍ଟିରେ ରଖି ଡିଆରଡିଓ ନିରନ୍ତର ତାର ଗବେଷଣା ଜାରି ରଖିଛି । ପ୍ରତ୍ୟେକ ଦିନ ଆମେ ପ୍ରତିରକ୍ଷା ଗବେଷଣା କ୍ଷେତ୍ରରେ ଗୋଟିଏ ଗୋଟିଏ ପାଦ ଆଗେଇ ଚାଲିଛୁ । ଡିଆରଡିଓ ବର୍ତ୍ତମାନ ଏକ ନୂଆ ତଥା ପ୍ରମୂଖ ଭୂମିକାରେ ରହିଛି । କେବଳ ପ୍ରତିରକ୍ଷା ଗବେଷଣା ନୁହେଁ ବରଂ ଘରୋଇ କ୍ଷେତ୍ରରେ ଇନ-ହାଉସ ରିସର୍ଚ୍ଚକୁ ମଧ୍ୟ ଗତି ଦେବାର ଡିଆରଡିଓ ଏକ ବଳିଷ୍ଠ ଭୂମିକା ଗ୍ରହଣ କରିଥିବା କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ସେହିପରି ସିଡିଏସଙ୍କ ହେଲିକପ୍ଟର ଦୁର୍ଘଟଣାକୁ ମଧ୍ୟ ମନେ ପକାଇ ବର୍ତ୍ତମାନ ସମୟରେ ଆମେ ଉଭୟ ଖୁସି ଓ ଦୁଖଃକୁ ନେଇ ଆଗକୁ ବଢୁଛୁ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ଗୋଟିଏ ପଟେ ଆମେ ଦେଶର ୭୫ ତମ ସ୍ବାଧୀନତା ପାଇଁ ଆଜାଦି କି ଅମୃତ ମହତ୍ସୋବ ପାଳନ କରୁଥିବା ବେଳେ ସିଡିଏସ ବିପିନ ରାଓ୍ବାତ ଏବଂ ଅନ୍ୟ ୧୧ ଜଣ ପ୍ରତିରକ୍ଷା ଅଧିକାରୀ ଓ କର୍ମଚାରୀଙ୍କ ଅକାଳ ବିୟୋଗ ଦେଶ ପାଇଁ ଏକ ଦୁଖଃଦ ସମୟ ସୃଷ୍ଟି କରିଛି ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।
ଏହି ଅବସରରେ ଶତ୍ରୁ ଦେଶର ଡ୍ରୋନ ସହ ମୁକାବିଲା କରିବା ପାଇଁ ସ୍ୱଦେଶୀ ‘କାଉଣ୍ଟର ଡ୍ରୋନ ସିଷ୍ଟମ’ ସେନାକୁ ହସ୍ତାନ୍ତର କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସେନାର ୩ ଅଙ୍ଗ ଅର୍ଥାତ୍ ସ୍ଥଳସେନା, ବାୟୁସେନା ଓ ନୌସେନାକୁ ଏହି ସ୍ୱତନ୍ତ୍ର କାଉଣ୍ଟର ଡ୍ରୋନ ସିଷ୍ଟମ ହସ୍ତାନ୍ତର କରିଛନ୍ତି। ଲେଜର ବେସଡ ଡାୟରେକ୍ଟେଡ ଏନର୍ଜି ୱେପନ ପଦ୍ଧତି ଉପରେ ଆଧାରିତ ଏହି ଆଣ୍ଟି ଡ୍ରୋନ ସିଷ୍ଟମ ଡିଆରଡିଓ ଦ୍ୱାରା ପ୍ରସ୍ତୁତ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ଆଜି ଏହି କାଉଣ୍ଟର ଡ୍ରୋନ ସିଷ୍ଟମକୁ ଏୟାର ମାର୍ଶଲ ବୀ ଏମ କୃଷ୍ଣାଙ୍କୁ ପ୍ରଦାନ କରିଛନ୍ତି। ଏହି ସମୟରେ ଡିଆଡିଓ ଚେୟାରମ୍ୟାନ୍ ଜୀ ସତୀଶ ରେଡ୍ଡୀ, ସ୍ଥଳସେନା ମୁଖ୍ୟ ଏମ ଏମ ନରବାଣେ, ବାୟୁସେନା ମୁଖ୍ୟ ବୀ ଆର ଚୌଧୁରୀ ଓ ନୌସେନା ମୁଖ୍ୟ ଏଡମିରଲ ଆର ହରି କୁମାର ଉପସ୍ଥିତ ଥିଲେ।