ନବରଙ୍ଗପୁର ରେ ନେତାଜୀ ସୁବାଷ ବୋଷ ଜୟନ୍ତୀ ପାଳିତ
ନବରଙ୍ଗପୁର : ଭାରତ ସ୍ଵାଧିନତା ଆନ୍ଦୋଳନ ର ବିଶିଷ୍ଟ ସ୍ଵାଧିନତା ସଂଗ୍ରାମୀ ଭାରତର କୋଟି କୋଟି ଜନମାନସର ପ୍ରତୀକ ସୁବାଷ ବୋଷ ଙ୍କ ଜୟନ୍ତୀ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ତରଫରୁ ପାଳନ କରାଯାଇଛି। ଏହି ପୁଣ୍ୟ ତିଥି ପାଳନ ଅବସରରେ ସହର ସ୍ଥିତ ମୀରା ଓ ଟୋ ଛକ ନିକଟରେ ଥିବା ମହାପୁରୁଷ ନିତାଜୀ ସୁବାଷ ବୋଷ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଯୋଗଦେଇ ନେତାଜୀଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ ଏବଂ ସ୍ମୃତି ଚାରଣ ସଭାରେ ଭାରତ ସ୍ଵାଧିନତା ସଂଗ୍ରାମ ରେ ନେତାଜୀଙ୍କ ବଳିଷ୍ଠ ନେତୃତ୍ୱ, ଏବଂ ନିଜ ଦେଶ, ଜାତି ପାଇଁ କରି ଯାଇଥିବା ତାଙ୍କର ଅବଦାନ,ମହାନ ତ୍ୟାଗ ଓ ଆଦର୍ଶ ଜୀବନୀ ସଂପର୍କରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଉପ ଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ୍, ଜିଲ୍ଲା ମଙ୍ଗଳ ଅଧିକାରୀ ପାଲକା ରବୀନ୍ଦ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ, ପ୍ରମୁଖ ଯୋଗଦେଇ ନିତାଜୀଙ୍କ ପ୍ରତିମୂର୍ତ୍ତି ରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏକ୍ସ ବୋର୍ଡ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରୀ, ବରିଷ୍ଟ ନାଗରିକ,ଗଣ ମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗଦେଇ ଭକ୍ତି ପୂତ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଛାତ୍ରୀ ମାନେ ନେତାଜୀଙ୍କ ଆଦର୍ଶ ଜୀବନୀ ଉପରେ ଏକ ଗୀତ ଗାଇଥିଲେ। ଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ।