ନେତାଜୀ ଜୟନ୍ତୀ ଉପଲକ୍ଷେ ବିଶାଳ ରକ୍ତଦାନ ଶିବିର : ୧୦୫ ୟୁନିଟ୍ ସଂଗୃହୀତ
ନୀଳଗିରି : ଭାରତମାତାର ବୀର ପୁତ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଜୟନ୍ତୀ ଅବସରରେ ନେତାଜୀଙ୍କ ଅଦମ୍ୟ ସାହସ, ବୀରତ୍ୱ ଓ ଦେଶପ୍ରେମକୁ ମନେ ପକାଇବା ସହ ନେତାଜୀ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ପୂଜା ସଂସଦ ଆନୁକୁଲ୍ୟରେ ନୀଳଗିରି ବ୍ଲକ ଅଧିନ ସଜନାଗଡ଼ ପଞ୍ଚାୟତର ଚଣ୍ଡୀ ହାଇସ୍କୁଲ ପରିସରରେ ସୋମବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି ।
ଶିବରକୁ ସ୍ଥାନୀୟ ବିଧାୟକ ଇଂ. ସୁକାନ୍ତ କୁମାର ନାୟକ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥିଭାବେ ଜିଲା ଭାଜପାର ଉପ-ସଭାପତି ଗଗାଙ୍ଗର ମିଶ୍ର, ଜାମୁଢିଆ ପଞ୍ଚାୟତର ସମିତି ସଭ୍ୟା ରସ୍ମିତା ମହାପାତ୍ର, ସିଆଡ଼ିମାଳ ସମିତି ସଭ୍ୟ ରାଜୀବ ଦାସ ବାବୁ ଓ ସରପଞ୍ଚ ସୁରଥ ସିଂ, ନମା ସିଂ ପ୍ରମୁଖ ଯୋଗଦେଇଥିଲେ । ଏହି ଶିବିରରେ ଜିଲା ଚିକିତ୍ସାଳୟର ଡା. ମହେଶ ବିଶ୍ୱାଳଙ୍କ ନେତୃତ୍ୱରେ ଏକ ଟିମ୍ ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ୧୦୫ ୟୁନିଟ୍ ରକ୍ତ ସଂଗ୍ରହ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଞ୍ଜୟ କୁମାର ନାୟକ, ଉପେନ୍ଦ୍ର କୁମାର ନାୟକ, ବିନୋଦ ମହାନ୍ତି, ଚିନ୍ମୟ ସିଂ, ଦିପ୍ତୀକିନ୍ତ ଦାସ, ରବିନ୍ଦ୍ର ମାହାଳିକ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ନୀଳଗିରି ମେଡିକାଲରେ ସମସ୍ତ ରୋଗୀଙ୍କୁ ବିଧାୟକ ଶ୍ରୀ ନାୟକ କମଳ ଓ ଫଳ ବଣ୍ଟନ କରିଥିଲେ। ଅନୁରୂପ ଭାବେ ନୀଳଗିରି ନିକଟ ବରହମପୁର, ମିତ୍ରପୁର ଠାରେ ଓଡ଼ିଶାର ବୀରପୁତ୍ର ସୁଭାଷ ଚନ୍ଦ୍ର ବୋଷ ଏବଂ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜୀବନୀ କାହାଣୀ ଉପରେ ମୁଖ୍ୟ ଅତିଥି ଭାବେ ଶ୍ରୀ ନାୟକ ଯୋଗଦେଇ ଜୀବନୀ ସମ୍ପର୍କରେ ଆଲୋଚନା ହୋଇଥିଲା।