ନେପାଳ ବିମାନ ଦୁର୍ଘଟଣା : ଇଞ୍ଜିନରେ ସମସ୍ୟା ଯୋଗୁଁ ହୋଇଥିବା ନେଇ ଖୁଲାସା କଲା ଯାଞ୍ଚ କମିଟି
ନୂଆଦିଲ୍ଲୀ: ନେପାଳର ପୋଖରାରେ ୟେତି ଏୟାରଲାଇନ୍ସର ବିମାନ ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ୭୨ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ନେଇ ତଦନ୍ତ ପରେ ଜଣାପଡିଛି ଯେ ବିମାନର ଇଞ୍ଜିନରେ ସମସ୍ୟା ଯାଗୁଁ ଦୁର୍ଘଟଣା ଘଟିଥିଲା । ବିମାନର ଡାଟା ରେକର୍ଡର ଏବଂ କକପିଟ୍ ଭଏସ ରେକର୍ଡର ଯାଞ୍ଚରୁ ଏହା ଜଣାପଡିଥିବା ଯାଞ୍ଚ କମିଟି ପ୍ରକାଶ କରିଛି ।
ଏହା ପୂର୍ବରୁ କିଛି ରିପୋର୍ଟରେ ଦାବି କରାଯାଇଥିଲା ଯେ ୟେତି ଏୟାରଲାଇନ୍ସର ବିମାନର ଚାଳକ ଲ୍ୟାଣ୍ଡିଂ ସମୟରେ ୱିଙ୍ଗ ଫ୍ଲେପକୁ ସମ୍ପୂର୍ଣ୍ଣ ରୂପେ ଖୋଲି ପାରି ନଥିଲେ, ଫଳରେ ବିମାନ କ୍ରାସ ହୋଇଥିଲା । ଉଲ୍ଲେଖଯୋଗ୍ୟ ଯେ ବିମାନକୁ ଅବତରଣ କରିବା ସମୟରେ ଏହାର ଗତିକୁ କମ କରାଇବା ଏବଂ ନିୟନ୍ତ୍ରଣରେ ରଖିବା ପାଇଁ ୱିଙ୍ଗ ଗୁଡିକର ପଛରେ ପ୍ଲେପ ଲାଗିଥାଏ । ବିମାନ ଲ୍ୟାଣ୍ଡିଂ ସମୟରେ ଏହା ସମ୍ପୂର୍ଣ୍ଣ ରୂପେ ତଳକୁ ରହିଥାଏ ।
ସୂଚନା ଯେ, ଗତ ଜାନୁଆରୀ ୧୫ ତାରିଖରେ ନେପାଳର ପୋଖରା ବିମାନ ବନ୍ଦରରେ ଅବତରଣ ସମୟରେ ବିମାନ ଦୁର୍ଘଟଣା ହୋଇଥିଲା । ବିମାନ ଦୁର୍ଘଟଣାରେ ୫୫ ଜଣ ନେପାଳୀ ନାଗରିକ, ପାଞ୍ଚ ଭାରତୀୟଙ୍କ ସହ ୧୫ ବିଦେଶୀ ନାଗରିକ ଏବଂ ୪ ଜଣ ବିମାନ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା ।