ଷ୍ଟକହୋମ ଡାଇମଣ୍ଡ ଲିଗ୍ରେ ରୌପ୍ୟ ଜିତିଲେ ନୀରଜ ଚୋପ୍ରା
ମୁମ୍ବାଇ : ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରା ଗୋଟିଏ ପରେ ଗୋଟିଏ ରେକର୍ଡ ସୃଷ୍ଟି କରୁଛନ୍ତି । ନୀରଜ ଏବେ ପୁଣି ଥରେ ନିଜ ରେକର୍ଡ ଭାଙ୍ଗିଛନ୍ତି । ସ୍ୱିଡେନର ରାଜଧାନୀ ଷ୍ଟକହୋମରେ ଚାଲିଥିବା ଷ୍ଟକହୋମ ଡାଇମଣ୍ଡ ଲିଗରେ ନୀରଜ ଚୋପ୍ରା ଚମତ୍କାର ପ୍ରଦର୍ଶନ କରିଛନ୍ତି । ଯେଉଁଥିରେ ସେ ଡାଏମଣ୍ଡ ଲିଗରେ ରୌପ୍ୟ ପଦକ ଜିତିଛନ୍ତି ।
ଷ୍ଟକହୋମରେ ଅନୁଷ୍ଠିତ ସମ୍ମାନଜନକ ଡାଏମଣ୍ଡ ଲିଗରେ ୨୪ ବର୍ଷୀୟ ନୀରଜ ଚୋପ୍ରା ନିଜର ପ୍ରଥମ ପ୍ରୟାସରେ ୮୯.୯୪ ମିଟର ଫିଙ୍ଗି ନିଜର ୮୯.୩୦ ମିଟର ରେକର୍ଡ ଭାଙ୍ଗିଛନ୍ତି । ଏକ ନୂତନ ଜାତୀୟ ରେକର୍ଡ ସୃଷ୍ଟି କରିଛନ୍ତି । କିନ୍ତୁ, ସେ ୯୦ ମିଟର ମାର୍କରୁ ୬ ସେଂଟିମିଟର ଦୂରତାରେ ଟିକିଏ ଦୂରରେ ଥିଲେ । ୯୦ମିଟର ଦୂରରେ ସ୍ୱର୍ଣ୍ଣ ପଦକ ପାଇଁ ଥିଲା । କିନ୍ତୁ ନୀରଜଙ୍କୁ କେବଳ ରୌପ୍ୟରେ ହିଁ ରହିଥିଲେ । ଇଭେଂଟ ଶେଷ ହେବା ପରେ ନୀରଜ କହିଥିଲେ ଯେ ‘ପ୍ରଥମ ଥ୍ରୋ ପରେ ମୁଁ ଭାବିଲି ମୁଁ ୯୦ ମିଟରରୁ ଅଧିକ ଫିଙ୍ଗି ପାରିବି । କିନ୍ତୁ ମୁଁ ଟିକିଏ ପଛକୁ ରହିଗଲି ତଥାପି ଠିକ ଅଛି କାରଣ ଏହି ବର୍ଷ ମୋର ଆହୁରି ପ୍ରତିଯୋଗିତା ଅଛି ଚେଷ୍ଟା କରିବି ।