ଅର୍ଥ ହେରଫେର ମାମଲା : ଏନସିପି ନେତା ନୱାବ ମଲ୍ଲିକ ଗିରଫ
ମୁମ୍ବାଇ: ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ନୱାବ ମଲ୍ଲିକଙ୍କୁ ଇଡି ଗିରଫ କରିଛି । ଅଣ୍ଡରୱାର୍ଲ୍ଡ ସହ ଜଡ଼ିତ ମନି ଲଣ୍ଡ୍ରିଂ ମାମଲାରେ ଏନସିପି ନେତାଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ମିଳିଛି । ଆଜି ସକାଳେ ନୱାବଙ୍କୁ ଇଡି ପଚରାଉଚୁରା କରିବା ପରେ ଗିରଫ କରିଥିଲା । ଗିରଫ ହେବା ପରେ ନୱାବ କହିଛନ୍ତି ଯେ, ‘ମୁଁ ଲଢ଼ିବି, ଡରିବି ନାହିଁ ।’ ଗିରଫ ପୂର୍ବରୁ ଇଡି ଅଧିକାରୀ କହିଥିଲେ ଯେ, ଏନସିପିର ୬୨ ବର୍ଷୀୟ ନେତା ମଲ୍ଲିକ ବେଲାର୍ଡ ଏଷ୍ଟେଟ ଅଞ୍ଚଳସ୍ଥିତ ଇଡ଼ି କାର୍ଯ୍ୟାଳୟରେ ସକାଳ ୮ଟାରେ ପହଞ୍ଚିଛନ୍ତି । ଏଥିସହିତ ମନି ଲଣ୍ଡ୍ରିଂ ମାମଲାରେ ତାଙ୍କ ବୟାନ ରେକର୍ଡ କରାଯାଉଛି ।
ସୂଚନା ଯେ, ପ୍ରାୟ ୮ ଘଣ୍ଟା ଧରି ପଚରାଉଚରା କରିବା ପରେ ମନ୍ତ୍ରୀ ଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି । ମେଡିକାଲ ଯାଞ୍ଚ ପାଇଁ ମଲିକଙ୍କୁ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ଆଜି ଅପରାହ୍ନରେ ତାଙ୍କୁ ଏକ ନିର୍ଦ୍ଦିଷ୍ଟ କୋର୍ଟରେ ହାଜର କରାଯିବା ସମ୍ଭାବନା ରହିଛି । ତାଙ୍କୁ ଇଡି କାର୍ଯ୍ୟାଳୟରୁ ବାହାରକୁ ନିଆଯିବାବେଳେ ମାଲିକ ତାଙ୍କ ସମର୍ଥକ ମାନଙ୍କୁ କହିଥିଲେ- “ଝୁକେଙ୍ଗେ ନହିଁ….ଲଢ଼େଙ୍ଗେ ଔର ଜିତେଙ୍ଗେ )। ଭୋର ପ୍ରାୟ ୫ ଟା ସମୟରେ ଇଡି ର ଟିମ ମଲିକଙ୍କ ଘରକୁ ଯାଇ କୁର୍ଲା ଜମି କାରବାରରେ ପଚରାଉଚରା ପାଇଁ ତାଙ୍କୁ ନେଇ ଯାଇଥିଲେ। ବହୁ ସଂଖ୍ୟାରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି ର କର୍ମୀ ମଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିବା ପାଇଁ ଇଡି ଅଫିସ ସମ୍ମୁଖରେ ବିଭିନ୍ନ ସ୍ଲୋଗାନ ଦେଉଥିବାର ଲକ୍ଷ କରାଯାଉଥିଲା । ଇଡି ପକ୍ଷରୁ ସୁରକ୍ଷା ପାଇଁ ସିଆଇଏସଏଫ ଏବଂ ମୁମ୍ବାଇ ପୋଲିସ୍ କୁ ସୁରକ୍ଷା ପାଇଁ ନିୟୋଜିତ କରାଯାଇଥିଲା । ଏନସିପିର ବରିଷ୍ଠ ନେତାମାନେ ମଲିକଙ୍କ ଗିରଫଦାରୀ କୁ ନିନ୍ଦା କରିଛନ୍ତି। ବିରୋଧୀ ଙ୍କୁ ଚୁପ କରିବା ପାଇଁ ଭାରତୀୟ ଜନତା ପାର୍ଟି ଏହିଭଳି କାର୍ଯ୍ୟ କରୁଛି ବୋଲି ଏନସିପିର ନେତାମାନେ କହିଛନ୍ତି ।