ଏନ୍.ସି.ସି. ତାଲିମ୍ ଶିବିର ଉଦଯାପିତ ପ୍ରଶିକ୍ଷଣ ନେଲେ ୬ଶହ କ୍ୟାଡେଟ
କେନ୍ଦୁଝର : ଓଡ଼ିଶା ଏନ୍.ସି.ସି. ବାଟାଲିୟନ ପକ୍ଷରୁ ସ୍ଥାନୀୟ ଓଏସ୍ଏପି ପରିସରରେ ତୃତୀୟ ପର୍ଯ୍ୟାୟ ଆଠ ଦିନିଆ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର ଆୟୋଜିତ ଉଦଯାପନୀ ଉତ୍ସବରେ କମାଣ୍ଡିଂ ଅଫିସର୍ ଏମ୍. ଚନ୍ଦ୍ର ଶେଖର ରାଓ ଙ୍କ ଅଧ୍ୟକ୍ଷତା ରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଅନରାରି କ୍ୟାପଟେନ ଦୋଳଗୋବିନ୍ଦ ପାତ୍ର, ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ସୁବେଦାର ମେଜର ବଳଭଦ୍ର ସାହୁ ଏବଂ ଜିଲ୍ଲା ଶାରିରୀକ ଶିକ୍ଷା ନିରୀକ୍ଷକ ଡମ୍ବରୁଧର ମହାନ୍ତ ଯୋଗ ଦେଇ କ୍ୟାଡେଟ ମାନଙ୍କୁ ଦେଶ ମାତୃକା ସେବାରେ ନିଜକୁ ନିୟୋଜିତ କରିବାକୁ ଆହ୍ୱାନ କରିଥିଲେ । ଅକ୍ଟୋବର ୧୫ ତାରିଖରୁ ଆରମ୍ଭ ହୋଇଥିବା ଏହି ଶିବିର ରେ କେନ୍ଦୁଝର, ମୟୂରଭଞ୍ଜ ,ସମ୍ବଲପୁର, ସୁନ୍ଦରଗଡ,ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ୬୦୦ ରୁ ଅଧିକ କ୍ୟାଡେଟ ଯୋଗ ଦେଇ ଶାରିରୀକ ଶିକ୍ଷା, ଡ୍ରିଲ, ମ୍ୟାପ ରିଡ଼ିଂ, ଜାତୀୟ ସଂହତି, ସ୍ୱାସ୍ଥ୍ୟ ସୁରକ୍ଷା, ପ୍ରାଥମିକ ଚିକିତ୍ସା, ବିପର୍ଯ୍ଯୟ ପରିଚାଳନା, ବନ୍ଧୁକ ଚାଳନା, ଦକ୍ଷତା ବିକାଶ ଆଦି ସମ୍ବନ୍ଧ ରେ ପ୍ରଶିକ୍ଷଣ ନେଇଥିଲେ । ଆର୍ ଡି ସି କ୍ୟାମ୍ପ ନିମନ୍ତେ ବିଭିନ୍ନ ବାଟାଲିୟନ ରୁ ଆସିଥିବା କ୍ୟାଡେଟ ମାନଙ୍କର ଚୟନ ହୋଇଥିଲା । ଏନ୍.ସି.ସି. ଅଫସର ଲେଫ୍ଟନାଣ୍ଟ ସତ୍ୟବ୍ରତ ପତି, ଲେଫ୍ଟନାଣ୍ଟ ପାର୍ଥ ଏସ୍. ବିଶ୍ୱାଳ, ଲେଫ୍ଟନାଣ୍ଟ ସଲମା କିସ୍କୁ, ସେକେଣ୍ଡ ଅଫିସର ପୂର୍ଣ୍ଣ ଚନ୍ଦ୍ର ପାତ୍ର, ଥାର୍ଡ ଅଫିସର ହୃଦାନନ୍ଦ ମହାନ୍ତ, ଅମରେଶ ଚନ୍ଦ୍ର ସେଠୀ, ଅରୁଣ କୁମାର ବେହେରା, ବିଜୟ କୁମାର ବେହେରା ଏବଂ ୧୫ ଜଣ ପି ଆଇ ଷ୍ଟାଫ୍ ଶିବିର ପରିଚାଳନା ରେ ସହଯୋଗ କରିଥିଲେ । ବିଭିନ୍ନ ପ୍ରତିଯୋଗିତା ରେ ସଫଳ ପ୍ରତିଯୋଗୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।