ଏନସିବି ଭାଙ୍ଗିଲା ଡ୍ରଗ୍ସ ଚକ୍ରବ୍ୟୁହ: ୨୨ ଗିରଫ
ନୂଆଦିଲ୍ଲୀ: ନାରକୋଟିକ୍ସ କଣ୍ଟୋଲ ବ୍ୟୁରୋ ଡାର୍କ ନେଟ ଜରିଆରେ ପ୍ୟାନ ଇଣ୍ଡିଆ ଡ୍ରଗ୍ସ ସିଣ୍ଡିକେଟର ଖୁଲାସା ହୋଇଛି। ଏନସିବି ଦେଶର ଭିନ୍ନ ଭିନ୍ନ ରାଜ୍ୟରେ ରେଡ ମାରି ମୋଟ ୩ଟି ନେଟୱର୍କର ପର୍ଦ୍ଦାଫାସ କରିଛି । ଫଳରେ ୪ ମହିଳାଙ୍କ ସମେତ ୨୨ଜଣ ଗିରଫ ହୋଇଛନ୍ତି । ଏହି ଅପରେସନ ଦୀର୍ଘ ୪ ମାସ ଚାଲିଥିବାବେଳେ ଭିନ୍ନ ଭିନ୍ନ ପ୍ରକାରର ୧ ଡର୍ଜନରୁ ଅଧିକ ଡ୍ରଗ୍ସ ଜବତ ହୋଇଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ, ସମସ୍ତ ଅଭିଯୁକ୍ତ ମେଡିକାଲ, ଇଞ୍ଜିନିୟରିଂ ଓ କମ୍ପ୍ୟୁଟର କର୍ମଚାରୀ ରୂପେ କାର୍ଯ୍ୟରତ । ଡାର୍କ ନେଟରେ ଚାଲିଥିବା ଡ୍ରଗର ଏହି ନେଟୱର୍କ ଜରିଆରେ ଦେଶର ଅନେକ ଛାତ୍ର ଓ ଯୁବା ଡ୍ରଗ୍ସ ହାସଲ କରୁଥିଲେ । ଡ୍ରଗ୍ସକୁ ବହି କିମ୍ବା ବେକେରୀ ସାମଗ୍ରୀରେ ଲୁଚାଇ ଲଗାତାର ଯୋଗାଣ କରାଯାଉଥିଲା । କେବଳ ଏତିକି ନୁହେଁ ଡ୍ରଗ୍ସକୁ ଅନଲାଇନ ସିପିଂ କମ୍ପାନୀର ପ୍ୟାକିଂରେ ପ୍ୟାକ କରାଯାଉଥିଲା । ପ୍ୟାକିଂ ଏତେ ଭଲ ହେଉଥିଲା କି ଏଥିରେ ଡ୍ରଗ୍ସ ଥିବ ବୋଲି କେହି ବି ଅନୁମାନ କରିପାରିବେନି ।