ନକ୍ସଲଙ୍କ ଆଇଇଡି ବିସ୍ଫୋରଣ : ଜଣେ ଯବାନ ଶହୀଦ, ଜଣେ ଗୁରୁତର

Latehar: Security personnel inspect the site of an explosion in a Maoist-affected area in Latehar on Wednesday. PTI Photo (PTI6_21_2017_000185B) *** Local Caption ***
ମାଲକାନଗିରି : ମାଲକାନଗିରି ଜିଲା ଛତିଶଗଡ ସୀମାନ୍ତ ନାରାୟଣପୁରର ସୋନପୁର ଅଞ୍ଚଳରେ ନକ୍ସଲଙ୍କ ଆଇଇଡି ବିସ୍ଫୋରଣ । ଏଥିରେ ଜଣେ ଆଇଟିବିପି ଏଏସଆଇ ଶହୀଦ ହୋଇଥିବା ବେଳେ ଆଉ ଜଣେ ଯବାନଙ୍କ ଅବସ୍ଥା ଗୁରୁତର ହୋଇଛି। ତାଙ୍କୁ ଏୟାରଲିଫ୍ଟ ଯୋଗେ ରାୟପୁରକୁ ସ୍ଥାନାନ୍ତର କରାଯାଇଛି।
ଏନେଇ ନାରାୟଣପୁର ଏସପି ସଦାନନ୍ଦ କୁମାର କହିଛନ୍ତି, ସୋମବାର ଆଇଟିବିପି ଯବାନଙ୍କ ଟିମ୍ ପାଟ୍ରୋଲିଂ ପାଇଁ ଯାଉଥିଲେ। ନକ୍ସଲମାନେ ସୋନପୁର ପୁଲିସ ଷ୍ଟେସନ ଅଞ୍ଚଳରେ ଯବାନଙ୍କ ଯିବା ରାସ୍ତାରେ ଆଇଇଡି ଖଞ୍ଜି ଥିଲେ। ଫଳରେ ଯବାନମାନେ ଯାଉଥିବା ସମୟରେ ବିସ୍ଫୋରଣରେ ଜଣେ ଯବାନଙ୍କର ମୃତ୍ୟୁ ହୋଇଛି।
ସୂଚନା ଯେ, ନାରାୟଣପୁର ଜିଲା ସୋନପୁର ଥାନା ଅନ୍ତର୍ଗତ ଧଣ୍ଡରିବାଡା ଅଞ୍ଚଳରେ ରାସ୍ତା କାମ ଚାଲୁଥିବା ବେଳେ ଆଇଟିବିପିର ୫୩ ବାଟାଲିୟନର ଯବାନ ମାନେ ଅପରେସନ କରୁଥିଲେ। ଠିକ୍ ଏହି ସମୟରେ ମାଓବାଦୀଙ୍କ ଦ୍ୱାରା ପୁର୍ବରୁ ଖଞ୍ଜା ଯାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଯେଉଁ ଥିରେ ରାଜେନ୍ଦ୍ର ସିଂ ନାମକ ଜଣେ ଏଏସଆଇ ଶହୀଦ ହୋଇଥିବା ବେଳେ ମହେଶ ନାମକ ଜଣେ ହେଡ କନେଷ୍ଟବଳ ଗୁରୁତ୍ୱର ହୋଇଛନ୍ତି । ଘଟଣାସ୍ଥଳକୁ ଡିଆରଜି ବାହିନୀର ଏକ ଟିମ ପଠାଯାଇଥିବା ବେଳେ ଆହତଙ୍କୁ ମେଡ଼ିକାଲ ଆଣିବାର ବ୍ୟବସ୍ଥା ଚାଲୁଥିବା ଜଣାପଡିଛି ।