ଆଜିଠାରୁ ନବରାତ୍ରି ଆରମ୍ଭ : ପ୍ରଥମ ଦିନରେ ମା’ ଶୈଳପୁତ୍ରୀଙ୍କୁ କରନ୍ତୁ ପୂଜା, ଜାଣନ୍ତୁ ଶୁଭ ମୁହୂର୍ତ୍ତ ଓ ପୂଜାର ନିମୟ ବିଧି
ଆଶ୍ୱିନ ଶୁକ୍ଳ ପକ୍ଷରେ ଶାରଦୀୟ ନବରାତ୍ରି ଆଜିଠାରୁ ଆରମ୍ଭ ହେଉଛି। ନବରାତ୍ରି ଆଜିଠାରୁ ଅର୍ଥାତ୍ ୧୫ ଅକ୍ଟୋବରରୁ ଆରମ୍ଭ ହୋଇ ୨୩ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ । ବର୍ଷକୁ ୪ଟି ନବରାତ୍ରି ହୋଇଥାଏ, ଯେଉଁଥିରେ ଦୁଇଟି ଗୁପ୍ତ ନବରାତ୍ରି, ଚୈତ୍ର ନବରାତ୍ରି ଏବଂ ଶାରଦୀୟ ନବରାତ୍ରି ରହିଛି । ଏଥର ନବରାତ୍ରିରେ ମା’ ଦୁର୍ଗା ହାତୀ ଉପରେ ବିରାଜ ହୋଇ ଆସିବେ। ଚଳିତଥର ୧୫ ଅକ୍ଟୋବର ୨୦୨୩ରୁ ଆରମ୍ଭ ହାଇ ବୁଧାଦିତ୍ୟ ଯୋଗ, ସୁନଫା ଯୋଗ, ବିଶି ଯୋଗ, ଲକ୍ଷ୍ମୀ ଯୋଗର ଅଦ୍ଭୁତ ସଂଯୋଗ ସହିତ ମା’ଙ୍କ ଆରଧାନା ଆରମ୍ଭ ହେବ ।
ନବରାତ୍ରିର ପ୍ରଥମ ଦିନରେ ମା’ ଶୈଳପୁତ୍ରୀଙ୍କୁ ପୂଜା କରାଯାଏ । ନବରାତ୍ରିର ପ୍ରଥମ ଦିନରେ ପୂଜାରେ ଅନେକ ବିଶେଷ ଜିନିଷର ଯତ୍ନ ନେବାକୁ ପଡିଥାଏ । ତେବେ ମା’ଙ୍କୁ ପୂଜା କରିବାର ବିଧି ଓ ବିଧାନ ଅଲଗା ହୋଇଥାଏ । ଦେବୀ ଶୈଳପୁତ୍ରୀ ଜ୍ଞାନ ଏବଂ ସ୍ଥିରତାର ପ୍ରତୀକ । ମା’ଙ୍କ ଆରଧାନ କରିବା ଦ୍ୱାରା ସୁଯୋଗ୍ୟ ବର ମିଳିଥାଏ ।
ନବରାତ୍ରିର ପ୍ରଥମ ଦିନରେ ମାତାଙ୍କର ଶୈଳପୁତ୍ରୀଙ୍କୁ ଉପାସନା କରାଯାଏ । ହିମାଳୟଙ୍କର ଝିଅ ହୋଇଥିବାରୁ ତାଙ୍କ ନାମ ଶୈଳପୁତ୍ରୀ । ପୂର୍ବ ଜନ୍ମରେ ତାଙ୍କ ନାମ ସତୀ ଥିଲା ଯିଏକି ଭଗବାନ ଶିବଙ୍କ ପତ୍ନୀ ରହିଥିଲେ । ସତୀଙ୍କ ପିତା ଦକ୍ଷ ପ୍ରଜାପତି ଯେତେବେଳେ ଭଗବାନ ଶିବକୁ ଅପମାନ କରିଥିଲେ, ଏହି କାରଣ ଯୋଗୁଁ ଯଜ୍ଞ ଅଗ୍ନିରେ ନିଜକୁ ଭସ୍ମ କରିଦେଇଥିଲେ ସତୀ ।
ପରବର୍ତ୍ତୀ ଜୀବନରେ, ଏହି ସତୀ ଶୈଳପୁତ୍ରୀ ହୋଇ କେବଳ ଭଗବାନ ଶିବଙ୍କୁ ବିବାହ କରିଥିଲେ । ତେଣୁ ମାତା ଶୈଳପୁତ୍ରୀଙ୍କୁ ପୂଜା କରିବା ଦ୍ୱାରା ସୂର୍ଯ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ। ମା’ଙ୍କ ପାଖରେ ଶୁଦ୍ଧ ଘିଅରେ ଭୋଗ ଲଗାଇବା ଉଚିତ। ଏହା ଉତ୍ତମ ସ୍ୱାସ୍ଥ୍ୟ ଏବଂ ସମ୍ମାନ ପ୍ରଦାନ କରେ । ତେଣୁ ଆସନ୍ତୁ ଜାଣିବା କିପରି ନବରାତ୍ରିର ପ୍ରଥମ ଦିନରେ ମା’ ଶୈଳପୁତ୍ରୀଙ୍କୁ କିଭଳି ପୂଜା କରିବେ।
କେମିତି କରିବେ ମା’ଙ୍କ ପୂଜା ?
ନବରାତ୍ରିର ପ୍ରଥମ ଦିନରେ କାଠ ଥାଳିରେ ନାଲି କିମ୍ବା ଧଳା କପଡା ରଖି ମାତା ଶୈଳପୁତ୍ରୀଙ୍କ ଦେବତା କିମ୍ବା ଚିତ୍ର ସ୍ଥାପନ କରନ୍ତୁ । ଧଳା ବସ୍ତୁ ମାତାଙ୍କର ଅତ୍ୟନ୍ତ ପ୍ରିୟ, ତେଣୁ ମାତାଙ୍କୁ ଧଳା ପୋଷାକ କିମ୍ବା ଧଳା ଫୁଲ ପ୍ରଦାନ କରନ୍ତୁ ଏବଂ ଧଳା ବର୍ଫି ପ୍ରଦାନ କରନ୍ତୁ । ମା’ ଶୈଳପୁତ୍ରୀଙ୍କୁ ପୂଜା ଏବଂ ଆରାଧନା କରିବା ଯୋଗୁଁ ସମସ୍ତ ମନୋବାଞ୍ଝା ପୂର୍ଣ୍ଣ ହେବା ସହିତ ଝିଅମାନଙ୍କୁ ମନ ମୁତାବକ ବର ମିଳିଥାଏ । ମା’ଙ୍କ ପାଖରେ ଓଁ ଶୈଳପୁତ୍ରୟେ ନମଃ ମନ୍ତ୍ର ୧୦୮ ଥର ଜପ କରନ୍ତୁ । ନବରାତ୍ରିରେ ମା’ ଶୈଳପୁତ୍ରୀଙ୍କୁ ପୂଜା କରିବା ଦ୍ୱାରା ଜୀବନରୁ ସମସ୍ତ ସଙ୍କଟ, ଦୁଃଖ ଏବଂ ନକରାତ୍ମକ ଶକ୍ତି ଦୂର ହୁଏ। ତେଣୁ ଏକ ପାନ ପତ୍ରରେ ଲବଙ୍ଗ ଏବଂ ମିଶିରି ରଖି ମା’ ଶୈଳପୁତ୍ରୀଙ୍କୁ ଅର୍ପଣ କରନ୍ତୁ। ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ।
କଳସ ସ୍ଥାପନା କରିବାର ମୁହୂର୍ତ୍ତ :
କଳସ ସ୍ଥାପନା ଆଶ୍ୱିନ ଶୁକ୍ଳ ପ୍ରତିପଦା ତିଥିରେ କରାଯାଏ । ଆଜି ସକାଳ ୧୨ ଟା ୦୧ ମିନିଟରୁ ଆରମ୍ଭ ହୋଇ ୧୨ଟା ୪୬ ମିନିଟ୍ ପର୍ଯ୍ୟନ୍ତ ରହିଛି ।
ମା’ ଶୈଳପୁତ୍ରୀଙ୍କ ପୂଜାବିଧି :
ମା ଶୈଳପୁତ୍ରୀଙ୍କୁ ପୂଜା କରିବା ସମୟରେ ଆପଣଙ୍କୁ ଧଳା ବସ୍ତ୍ର ପରିଧାନ କରିବା ଉଚିତ୍ । ପୂଜା ପାଇଁ ମାଙ୍କ ପ୍ରତିମାକୁ କାଠ ଚୌକି ଉପରେ ଧଳା କିମ୍ବା ଲାଲ୍ କପଡ଼ା ପକାଇ ରଖିବା ଉଚିତ୍ । ବିଧି ମୁତାବକ ପୂଜା କରିବା ସହ ମାଙ୍କ ଶୁଦ୍ଧ ଘିଅ ଦୀପ ଦାନ କରନ୍ତୁ ଏବଂ ୫ଟି ଗୋଟା ଗୁଆ ଲାଲ କପଡ଼ାରେ ବାନ୍ଧି ମାଙ୍କ ଚରଣରେ ରଖି ଦିଅନ୍ତୁ ।
ମା’ ଶୈଳପୁତ୍ରୀଙ୍କ ମନ୍ତ୍ର :
* ଶୈଳପୁତ୍ରୀଙ୍କୁ ଷୋଡ଼ସ ଉପଚାରରେ ପୂଜା କରିବା ପରେ ମାଙ୍କ ପୂଜାରେ ସବୁ ନଦୀ ଏବଂ ଦିଶାକୁ ଆହ୍ବାନ କରନ୍ତୁ । ତାପରେ ମନ୍ତ୍ର ଜପ କରନ୍ତୁ ।
* ବନ୍ଦେ ଓ୍ବାଂଞ୍ଛିତଲାଭାୟ ଚନ୍ଦ୍ରାର୍ଧକୃତଶେଖରମ୍ ।
* ବୃଷାରୁଢ଼ା ଶୁଳଧରାଂ ଶୈଳପୁତ୍ରୀଂ ୟଶସ୍ବିନିମ୍ । ।
* ପୁଣେନ୍ଦୁ ନିଭାଂ ଗୌରୀ ମୁଳାଧାର ସ୍ଥିତାଂ ପ୍ରଥମ ଦୁର୍ଗା ତ୍ରିନେତ୍ରାମ୍ । ।
* ପଟାମ୍ବର ପରିଧାନାଂ ରତ୍ନାକିରିଟା ନାମାଲଂକାର ଭୁଷିତା । ।
* ପ୍ରଫୁଲ୍ଲ ବଂଦନା ପଲ୍ଲବାଧରାଂ କାନ୍ତକପୋଲାଂ ତୁଂଗ କୁଚାମ୍ ।
* କମନିୟାଂ ଲାବଣ୍ୟାଂ ଶ୍ରୀମୁଖୀ କ୍ଷୀଣମଧ୍ୟାଂ ନିତମ୍ବୀନମ୍ । ।
* ୟା ଦେବୀ ସର୍ବଭୁତେଷୁ ଶୈଳପୁତ୍ରୀ ରୂପେଣ ସଂସ୍ଥିତା ।
* ନମସ୍ତସୈ ନମସ୍ତସୈ ନମସ୍ତସୈ ନମୋ ନମଃ । ।
* ଓମ୍ ସଂ ସୈଳପୁତ୍ରୀ ଦେବୈଃ ନମଃ ।
ମା’ ଶୈଳପୁତ୍ରୀଙ୍କ ଭୋଗ :
ମା ଶୈଳପୁତ୍ରୀଙ୍କ ସମ୍ବନ୍ଧରେ ଶାସ୍ତ୍ର ପୂରାଣରେ କୁହାଯାଇଛି ଯେ ମା ଶୈଳପୁତ୍ରୀଙ୍କୁ ଧଳା ରଙ୍ଗର ଜିନିଷ ବହୁତ ପସନ୍ଦ । ସେଥିପାଇଁ ମାଙ୍କ ପୂଜାରେ ଧଳା ଫୁଲରେ ସୃଙ୍ଗାର କରାଯାଏ । ଏବଂ ମାଙ୍କୁ ଧଳା ବସ୍ତ୍ର ପିନ୍ଧାଯାଏ । ଏବଂ ମାଙ୍କ ପାଖରେ ଧଳା ଭୋଗ ମଧ୍ୟ ଲାଗେ । ମାଙ୍କୁ ଧଳା ମିଷ୍ଠାନ୍ନ ଭୋଗ ଲାଗିବା ପରେ ସେସବୁ ପ୍ରସାଦ କୁଆଁରୀ କନ୍ୟା ମାନଙ୍କ ମଧ୍ୟରେ ବାଣ୍ଟିବା ଉଚିତ୍ ।