ନବୀନଙ୍କ ନୂଆ ମନ୍ତ୍ରୀମଣ୍ଡଳ : ଶପଥ ପାଠ ପରେ ମନ୍ତ୍ରୀଙ୍କୁ ବଣ୍ଟାଗଲା ଦାୟିତ୍ୱ, ଜାଣନ୍ତୁ କାହାକୁ ମିଳିଲା କେଉଁ ବିଭାଗ ?
ଭୁବନେଶ୍ୱର : ୫ମ ପାଳିକୁ ୩ ବର୍ଷ ପୂର୍ଣ୍ଣ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ମନ୍ତ୍ରୀମଣ୍ଡଳରେ ନବକଳେବର କରିଛନ୍ତି । ରବିବାର ଲୋକସେବା କନ୍ଭେନ୍ସନ୍ ହଲ୍ରେ ନୂଆ ମନ୍ତ୍ରୀମାନେ ଶପଥ ନେଇଛନ୍ତି । ଏଥିରେ ୧୩ଜଣ କ୍ୟାବିନେଟ୍ ଓ ୮ଜଣ ରାଷ୍ଟ୍ରମନ୍ତ୍ରୀ ରହିଛନ୍ତି । କିଛି ନୂଆ ମୁହଁଙ୍କୁ ଏଥର ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇଛି ।
ଲୋକସେବା ଭବନର କନଭେନସନ୍ ହଲରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଆଜି ଶପଥ ନେଇଥିବା କ୍ୟାବିନେଟ୍ ମନ୍ତ୍ରୀମାନେ ହେଲେ- ନିରଞ୍ଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରମିଳା ମଲ୍ଲିକ, ଉଷା ଦେବୀ, ପ୍ରଫୁଲ୍ଲ କୁମାର ମଲ୍ଲିକ, ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ, ପ୍ରଦୀପ କୁମାର ଅମାତ, ନବ କିଶୋର ଦାସ, ଅଶୋକ ଚନ୍ଦ୍ର ପଣ୍ଡା, ଟୁକୁନି ସାହୁ, ରାଜେନ୍ଦ୍ର ଢୋଲକିଆ ଓ ଜଗନ୍ନାଥ ସାରକା।ସେହିପରି ଶପଥ ନେଇଥିବା ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ)ମାନେ ହେଲେ- ସମୀର ରଞ୍ଜନ ଦାଶ, ଅଶ୍ୱିନୀ କୁମାର ପାତ୍ର, ପ୍ରୀତିରଞ୍ଜନ ଘଡ଼େଇ, ଶ୍ରୀକାନ୍ତ ସାହୁ, ତୁଷାରକାନ୍ତି ବେହେରା, ରୋହିତ ପୂଜାରୀ, ରୀତା ସାହୁ ଓ ବାସନ୍ତୀ ହେମ୍ବ୍ରମ।
ଆସନ୍ତୁ ଜାଣିବା କାହାକୁ ମିଳିଛି କେଉଁ ବିଭାଗ (କ୍ୟାବିନେଟ୍) :-
୧. ଜଗନ୍ନାଥ ସାରକା- ଆଦିବାସୀ କଲ୍ୟାଣ
୨. ରଣେନ୍ଦ୍ର ପ୍ରତାପ ସ୍ୱାଇଁ- କୃଷି
୩. ପ୍ରମିଳା ମଲ୍ଲିକ- ରାଜସ୍ୱ
୪. ଉଷା ଦେବୀ- ଗୃହ ନଗର ଉନ୍ନୟନ
୫. ପ୍ରଫୁଲ୍ଲ ମଲ୍ଲିକ- ଖଣି ଓ ଇସ୍ପାତ
୬. ପ୍ରତାପ ଦେବ- ଶିଳ୍ପ ଓ ଶକ୍ତି
୭. ଅତନୁ ସବ୍ୟସାଚୀ ନାୟକ- ଖାଦ୍ୟ ଯୋଗାଣ, ସମବାୟ
୮. ନବକିଶୋର ଦାଶ- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ
୯. ଅଶୋକ ଚନ୍ଦ୍ର ପଣ୍ଡା- ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା
୧୦. ଟୁକୁନି ସାହୁ- ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ
୧୧. ରାଜେନ୍ଦ୍ର ଢୋଲକିଆ- ଯୋଜନା ଓ ସଂଯୋଜନା
୧୨. ପ୍ରଦୀପ ଅମାତ- ଜଙ୍ଗଲ ଓ ପରିବେଶ, ପଞ୍ଚାୟତିରାଜ
୧୩. ନିରଞ୍ଜନ ପୂଜାରୀ- ଅର୍ଥ
(ରାଷ୍ଟ୍ରମନ୍ତ୍ରୀ) କାହାକୁ ମିଳିଛି କେଉଁ ବିଭାଗର ଦାୟିତ୍ୱ : –
୧. ରୋହିତ ପୂଜାରୀ- ଉଚ୍ଚ ଶିକ୍ଷା
୨. ରୀତା ସାହୁ- ହସ୍ତତନ୍ତ ଓ ବୟନ ଶିଳ୍ପ
୩. ବାସନ୍ତୀ ହେମ୍ବ୍ରମ୍- ମହିଳା ଓ ଶିଶୁ କଲ୍ୟାଣ, ମିଶନ ଶକ୍ତି
୪. ସମୀର ରଂଜନ ଦାଶ- ବିଦ୍ୟାଳୟ ଓ ଗଣଶିକ୍ଷା
୫. ଅଶ୍ୱିନୀ କୁମାର ପାତ୍ର- ପର୍ଯ୍ୟଟନ, ଅବକାରୀ
୬. ପ୍ରୀତିରଞ୍ଜନ ଘଡ଼େଇ- ଗ୍ରାମ୍ୟ ଉନ୍ନୟନ
୭. ଶ୍ରୀକାନ୍ତ ସାହୁ- ଶ୍ରମ ଓ ନିଯୁକ୍ତି
୮. ତୁଷାରକାନ୍ତି ବେହେରା- କ୍ରୀଡ଼ା ଓ ଯୁବ ବ୍ୟାପାର