ପାକିସ୍ତାନ କୁସ୍ତି ଯୋଦ୍ଧା ମହମ୍ମଦ ଶରିଫଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନବୀନ
ବର୍ମିଂହାମ : ଇଂଲଣ୍ଡର ବର୍ମିଂହାମରେ ଖେଳାଯାଉଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କୁସ୍ତିରେ ଭାରତୀୟ ରେସରଲମାନେ ଗୋଟିଏ ପରେ ଗୋଟିଏ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ପାକିସ୍ତାନ କୁସ୍ତି ଯୋଦ୍ଧା ମହମ୍ମଦ ଶରିଫଙ୍କୁ ହରାଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ନବୀନ। ୭୪ କେଜି ଫ୍ରି ଷ୍ଟାଇଲ୍ ବର୍ଗରେ ନବୀନ ତାହିରଙ୍କୁ ୯-୦ରେ ପରାସ୍ତ କରିଛନ୍ତି।
ଏହା ପୂର୍ବରୁ ସେମିଫାଇନାଲ୍ରେ ନବୀନ ଇଂଲଣ୍ଡର କୁସ୍ତି ଯୋଦ୍ଧା ଚାର୍ଲେ ଜେମ୍ସ ବାଓଲିଙ୍ଗଙ୍କୁ ୧୨-୧ରେ ହରାଇବା ପରେ ଫାଇନାଲ୍ରେ ପ୍ରବେଶ କରିବାଥିଲେ। ତା ପୂର୍ବରୁ ସେ ନାଇଜେରିଆ ଓଗବୋନା ଇମାନୁଏନ ଜନ୍ ଓ ସିଙ୍ଗାପୁର ହଂକଂର ୟିଉ ଲୋଉଙ୍କୁ ପରାସ୍ତ କରିଥିଲେ। ନବୀନଙ୍କ ପୂର୍ବରୁ କୁସ୍ତିରେ ବିନେଶ ଫୋଗାଟ୍, ରବି ଦହିଆ, ଦୀପକ ପୁନିଆ, ବଜରଙ୍ଗ ପୁନିଆ ଓ ସାକ୍ଷୀ ମଲ୍ଲିକ ସ୍ୱର୍ଣ୍ଣ ପଦକ ଜିତି ସାରିଛନ୍ତି।
ସୂଚନା ଯେ, ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ ଭାରତକୁ ଏପର୍ଯ୍ୟନ୍ତ ୩୪ ମେଡାଲ ମିଳିଛି। ଯେଉଁଥିରେ ୧୨ ସ୍ୱର୍ଣ୍ଣ, ୧୧ ରୌପ୍ୟ, ୧୧ କାଂସ୍ୟ ପଦକ ରହିଛି। ଏଥିମଧ୍ୟରୁ କେବଳ କୁସ୍ତିର ୬ଟି ଗୋଲ୍ଡ ମେଡାଲ ଜିତିଛି ଭାରତ ।