ମା’ ମାଣିକେଶ୍ୱରୀଙ୍କ ନିକଟରେ ଲାଗି ହେଲା ନବାନ୍ନ
କଳାହାଣ୍ଡି : କଳାହାଣ୍ଡି ଜିଲ୍ଲାରେ ନୂଆଖାଇ ତିନୋଟି ପର୍ଯ୍ୟାୟରେ ପାଳନ ହୋଇଥାଏ । ସପ୍ତପୁରୀ ଅମାବାସ୍ୟାରେ ପ୍ରଥମ ପର୍ଯ୍ୟାୟରେ ବାହାଦୁରପଦର ଓ ପଥର୍ଲା, ପଞ୍ଚମୀ ତିଥିରେ ସମଗ୍ର ପଶ୍ଚିମ ଓଡିଶା ସହ ଗ୍ରାମାଞ୍ଚଳରେ ତଥା ଦଶମୀ ତିଥିରେ ମା’ ମାଣିକେଶ୍ୱରୀ ପୀଠରେ ଲାଗି ହୁଏ ନବାନ୍ନ । ଆଜି ଦଶମୀ ତିଥିରେ କଳାହାଣ୍ଡି ଜିଲ୍ଲାରେ ତୃତୀୟ ପର୍ଯ୍ୟାୟ ନୂଆଖାଇ ପାଳନ ହେଉଛି । ଜିଲ୍ଲାର ତତକାଳୀନ ଗଡଜାତର ଜମିଦାରୀ ଅଞ୍ଚଳ ଭବାନୀପାଟଣା, ମଦନପୁର-ରାମପୁର, ଥୁଆମୂଳ ରାମପୁର, ଲାଞ୍ଜିଗଡ, ଜୟପାଟଣା ପ୍ରମୁଖ ଅଞ୍ଚଳରେ ମା’ ମାଣିକେଶ୍ବରୀଙ୍କ ପୀଠରେ ନବାନ୍ନ ଲାଗି ପରେ ପାଳନ କରାଯାଇଛି। ମା’ ମାଣିକେଶ୍ବରୀ ମନ୍ଦିରରେ ସକାଳ ୮ଟାରେ ନବାନ୍ନ ଲାଗି ପରେ ଭକ୍ତ ମନ୍ଦିରରୁ ଭୋଗ ନେଇ ଅପରାହ୍ନ ୧୦ଟା ୩୬ରୁ ୧୨.୪୪ ମଧ୍ୟରେ ଘରେ ଘରେ ନୂଆଖାଇ ସମ୍ପନ୍ନ ହେବ ।
ନୂଆଖାଇରେ ବର୍ଷକୁ ଥରେ ପରିବାର ସଦସ୍ୟ ଏକତ୍ରିତ ହୋଇଥାନ୍ତି । ଗତବର୍ଷ କରୋନା ପାଇଁ ଅନେକ ଭିଟାମାଟିକୁ ଫେରି ନଥିବା ବେଳେ ଚଳିତ ବର୍ଷ ପରିବାର ଏକତ୍ରିତ ହେଉଥିବାରୁ ଖୁସି ଅଛନ୍ତି ।