ଖଇରାରେ ଜାତୀୟ ପ୍ରେସ ଦିବସ : ଗୁଣାତ୍ମକ ଖବର ପରିବେଷଣ ରେ ଜ୍ଞାନ ଆହରଣ ଜରୁରୀ
ଖଇରା : ବାଲେଶ୍ୱର ଜିଲା ଖଇରା ସାମ୍ବଦିକ ସଂଘ ଆନୁକୂଲ୍ୟରେ ସାମ୍ବାଦିକ ପ୍ରକୋଷ୍ଠରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇ ଯାଇଛି । ସ୍ଥାୟୀ ସଭାପତି ଉତ୍କଳ ବନ୍ଧୁ ପଣ୍ଡାଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ଖଇରା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ଉମେଶ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି,ଗୋପାଳପୁର ମହାବିଦ୍ୟାଳୟର ଅଧ୍ୟାପକ ଡଃ ଅଭୟ କୁମାର ମହାନ୍ତି ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଗୁଣାତ୍ମକ ତଥ୍ୟ ଭିତ୍ତିକ ଖବର ପରିବେଷଣ ପାଇଁ ଖବରଦାତା ମାନେ ଜ୍ଞାନ ଆହରଣ କରିବା ଆବଶ୍ୟକ ବୋଲି କହିଥିଲେ ।
ବରିଷ୍ଠ ଖବରଦାତା କୈଳାସ ଦାସ ଓ ଗୟାଧର ତ୍ରିପାଠୀ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଖବର ପରିବେଷଣ ପାଇଁ ଗଣମାଧ୍ୟମ ପ୍ରତିନିଧି ମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ । ସିମୁଳିଆ ଅଞ୍ଚଳରୁ ଆସିଥିବା ବିଶିଷ୍ଟ ଖବରଦାତା ଦେବେନ୍ଦ୍ର କୁମାର ନାୟକ ଓ ସନ୍ତୋଷ କୁମାର ନାୟକ, ସଂଗଠନ ସମ୍ପାଦକ ଛାୟାକାନ୍ତ ମହାନ୍ତି ପ୍ରମୁଖ ବର୍ତ୍ତମାନ ଖବରକାଗଜ ଓ ଚ୍ୟାନେଲ ମାଲିକ ମାନଙ୍କ ଚାପ ସତ୍ୟ ଓ ନିରପେକ୍ଷ ଖବର ପରିବେଷଣରେ ଅନ୍ତରାୟ ହେଉଛି ବୋଲି କହିଥିଲେ । ସଂଘର ଉପସଭାପତି ତପୋଧନ ବାରିକ ମଞ୍ଚ ପରିଚାଳନା କରିଥିବା ବେଳେ ସାଧାରଣ ସମ୍ପାଦକ ବଳରାମ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ । ଦୟାନିଧି ମହାପାତ୍ର,କିଶୋର ବେହେରା,ସଞ୍ଜୟ ବେହେରା,ସତ୍ୟଭାମା ପ୍ରଧାନ,ସମ୍ଭୁନାଥ ନାୟକ,ରଘୁନାଥ ନାୟକ,ଲୋଚନ ରାଉତ,ଆନନ୍ଦ କୁମାର ନାୟକ,ପଦ୍ମଲୋଚନ ଦାସ,ଦୁର୍ଗାମାଧବ ଓଝା,ରଘୁନାଥ ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।