ଛପରା ସରାବକାଣ୍ଡର ଯାଂଚ ପାଇଁ ରାଷ୍ଟ୍ରୀୟ ମାନବାଧିକାରର ଟୀମ୍ ପହଂଚିଲା ବିହାର
ପାଟଣା : ଛପରା ବିଷାକ୍ତ ସରାବକାଣ୍ଡର ଯାଂଚ କରିବାକୁ ନ୍ୟାସନାଲ୍ ହ୍ୟୁମାନ ରାଇଟ୍ କମିଶନର ଯାଂଚ ଟିମ୍ ମଙ୍କଳବାର ଦିନ ବିହାର ପହଂଚିଛି । ଟିମ୍ ପ୍ରଥମେ ପାଟଣା ପହଂଚିଥିଲା ଏବଂ ସଡ଼କ ପଥରେ ଛପରାର ସାରଣ ପାଇଁ ବାହାରିଥିଲେ । ନେସନାଲ ହ୍ୟୁମାନ୍ ରାଇଟ୍ କମିଶନର ଯାଂଚ ଟିମ୍ ସାରଣରେ ଗତଦିନରେ ମଦ ଦ୍ୱାରା ହୋଇଥିବା ୭୧ରୁ ଅଧିକ ଲୋକଙ୍କ ମୃତ୍ୟୁର ଯାଂଚ କରିବ । ନ୍ୟାସନାଲ ହ୍ୟୁମାନ ରାଇଟ୍ସ କମିଶନର ୧୦ ସଦସୀୟ ଟିମ୍ ଆଜି ଦୋପହର ବିହାର ପହଂଚିଛନ୍ତି । ବିଷାକ୍ତ ଶରାବକାଣ୍ଡ ମାମଲା ଉପରେ ଏନ୍ଏଚ୍ଆର୍ସିର ଟିମ୍ ପୁରା ଯାଂଚ କରି କେନ୍ଦ୍ରକୁ ନିଜ ରିପୋର୍ଟ ପ୍ରଦାନ କରିବ । ଏବେ କେନ୍ଦ୍ରୀୟ ଯାଂଚ ଟିମ୍ର ରିପୋର୍ଟ ପ୍ରଦାନ ପରେ ଏହି ମାମଲାରେ କିଛି କୁହାଯାଇ ପାରିବ । କେନ୍ଦ୍ରୀୟ ଯାଂଚ ଟିମ୍ର ସଦସ୍ୟମାନେ ବର୍ତମାନ ଏହି ମାମଲା ଉପରେ କିଛି ମଧ୍ୟ ପରିବର୍ତନରେ ନା କରିଛନ୍ତି ।