ଫକୀର ମୋହନ କନିଷ୍ଠ ମହାବିଦ୍ୟାଳୟରେ ଯୁବ ରେଡକ୍ରସ ତରଫରୁ ଜାତୀୟ କୃମି ନାଶକ ଦିବସ ପାଳିତ
ବାଲେଶ୍ୱର : ବାଲେଶ୍ୱର ଫକୀର ମୋହନ କନିଷ୍ଠ ମହାବିଦ୍ୟାଳୟରେ ଯୁବ ରେଡକ୍ରସ ତରଫରୁ ଜାତୀୟ କୃମି ନାଶକ ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ରଣା ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଧରିତ୍ରୀର ଜିଲା ପ୍ରତିନିଧି ମାନସ ବିଶ୍ୱାଳ ଯୋଗ ଦେଇ ଜାତୀୟ କୃମି ନାଶକ ଦିବସର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ଇଞ୍ଜିନିୟର ଅଶୋକ ପ୍ରିୟଦର୍ଶୀ ଯୋଗ ଦେଇ କୃମି ନାଶ ଦ୍ୱାରା ଉତ୍ତମ ଜୀବନ ଯାପନ ସମ୍ଭବ ବୋଲି ବ୍ୟାଖ୍ୟା କରିଥିଲେ । ମହାବିଦ୍ୟାଳୟ ଉପାଧ୍ୟକ୍ଷ ଡ. ସନ୍ତୋଷ କୁମାର ରାଉତ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ଯୁବ ରେଡକ୍ରସର ଅଧିକାରୀ ଡ. ଅଞ୍ଜନା ବେହେରା ଓ ସହ-ଅଧିକାରୀ ରାଜେଶ କୁମାର ଦେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ତତ୍ପରେ ଛାତ୍ରୀଛାତ୍ରମାନଙ୍କୁ କୃମି ନାଶକ ଔଷଧ ସେବନ କରିବାକୁ ଦିଆ ଯାଇଥିଲା । ପରିଶେଷରେ ଅଧ୍ୟାପକ ଅଶୋକ ପ୍ରିୟଦର୍ଶୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଶୋଭାରାମପୁର ସରକାରୀ ମେଡ଼ିକାଲର ଅଫିସର ଓ ଆଜିମାବାଦ ବ୍ଲକର ଆଶା କର୍ମୀ ସହଯୋଗ କରିଥିଲେ । ମହାବିଦ୍ୟାଳୟର ରେଡକ୍ରସ ବିଭାଗର ସମସ୍ତ ସ୍ୱେଚ୍ଛାସେବୀଙ୍କ ସମେତ ବହୁ ଛାତ୍ରୀଛାତ୍ର ଉପସ୍ଥିତ ଥିଲେ ।