ଫକୀରମୋହନ କନିଷ୍ଠ ମହାବିଦ୍ୟାଳୟରେ ଜାତୀୟ କୃମିନାଶକ ଦିବସ ପାଳିତ
ବାଲେଶ୍ୱର : ବାଲେଶ୍ୱର ଫକୀରମୋହନ କନିଷ୍ଠ ମହାବିଦ୍ୟାଳୟ ଏବଂ ଜିଲା ମୁଖ୍ୟ ଚିକିତ୍ସାଳୟର ମିଳିତ ତତ୍ତ୍ୱାବଧାନରେ ଫକୀରମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଫ୍ରେବିକ୍ ଅଫ ଭିଜନ ସମ୍ମିଳନୀ ଗୃହରେ ଜାତୀୟ କୃମି ନାଶକ ଦିବସ ପାଳିତ ହୋଇଯାଇଛି ।
ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ରଣା ସଭାପତିତ୍ୱ କରି ଜାତୀୟ କୃମି ନାଶକ ଦିବସ ଉପଲକ୍ଷେ ସାମାଜିକ ସଚେତନତାର ବାର୍ତ୍ତା ଦେଇଥିଲେ । ମୁଖ୍ୟଅତିଥି ଭାବେ ଫକୀରମୋହନ ପୁରାତନ ଛାତ୍ର ସଂସଦର ସଭାପତି ତଥା ବରିଷ୍ଠ ସ୍ତ୍ରୀ ରୋଗ ବିଶେଷଜ୍ଞ ଡା. ପ୍ରଭାତ ଚନ୍ଦ୍ର ଚୌଧୁରୀ ଯୋଗଦେଇ କୃମି ସମ୍ପ୍ରସାରଣ କିପରି ହୁଏ ଓ ତାହାକୁ କିପରି ବିନାଶ କରି ହେବ ପ୍ରାଞ୍ଜଳ ଭାବେ ବୁଝାଇଥିଲେ । ମୁଖ୍ୟବକ୍ତା ଭାବେ ଜିଲା ବରିଷ୍ଠ ଆୟୁର୍ବେଦିକ ଚିକିତ୍ସକ ତଥା ପ୍ରଫେସର ଡା. ଶାନ୍ତନୁ ଦାସ ଜାତୀୟ କୃମି ନାଶକ ଦିବସର ତାତ୍ପର୍ଯ୍ୟକୁ ବଖାଣିବା ସହିତ ଏହାର ନିରାକରଣ ନିମନ୍ତେ ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ସାମାଜିକ ସଚେତନତା ସୃଷ୍ଟି କରିଥିଲେ । ରେଡ୍ରକସ ଅଫିସର ଅଧ୍ୟାପିକା ଅଞ୍ଜନା ବେହେରା କାର୍ଯ୍ୟକର୍ମକୁ ପରିଚାଳନା କରିଥିବାବେଳେ ସହକାରୀ ରେଡକ୍ରସ ଅଫିସର ରାଜେଶ କୁମାର ଦେ, ପ୍ରଶାସନିକ ଅଧିକାରୀ ଡ. ସନ୍ତୋଷ କୁମାର ରାଉତ, ଆକେଡ଼େମିକ ବର୍ଷର ଡ. ଭାଗବତ ଭୂୟାଁ ଓ ଅଧ୍ୟାପିକା ସୋନାଲିସା ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମ୍ପାଦନା କରିବାରେ ସହଯୋଗ କରିଥିଲେ । ଏହାପରେ ଛାତ୍ରୀଛାତ୍ର ମାନେ କୃମି ନାଶକ ଟାବ୍ଲେଟ ଖାଇଥିଲେ । ବାଲେଶ୍ୱର ଜିଲା ଚିକିତ୍ସାଳୟର ଆଶା ଦିଦି ପ୍ରମିଳା ପରିଡ଼ା କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରୀଛାତ୍ରମାନଙ୍କୁ କୃମି ନାଶକ ଟାବ୍ଲେଟ ଖୁଆଇଥିଲେ । ଶେଷରେ ମୁଖ୍ୟ ପ୍ରଶାସନିକ ଅଧିକାରୀ ଡ. ମିନତୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।