ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଜଳ ବିଭାଜିକା ଓ ମୃତ୍ତିକା ସରକ୍ଷଣ ବିଭାଗ ପ୍ରକଳ୍ପ ନିର୍ଦ୍ଦେଶକ
ନବରଙ୍ଗପୁର: ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଜିଲ୍ଲା ଜଳ ବିଭାଜିକା ଓ ମୃତ୍ତିକା ସଂରକ୍ଷଣ କାର୍ଯ୍ୟାଳୟର ପ୍ରକଳ୍ପ ନିର୍ଦ୍ଦେଶକ ଲକ୍ଷ୍ମୀଧର ଜେନା । ସେ ନିଜ କାର୍ଯ୍ୟାଳୟରୁ ଦୁଇ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ନେଇ ଏକ ସ୍କର୍ପିଓ ଗାଡ଼ିରେ ଘରକୁ ଯାଉଥିବା ବେଳେ ରାସ୍ତାରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଯାଞ୍ଚ ବେଳେ ତାଙ୍କ ପାଖରୁ ନଗଦ ୨ ଲକ୍ଷ ୨୦ ହଜାର ଟଙ୍କା ମିଳିଥିଲା। ଟଙ୍କା କାହାର ନିର୍ଦେଶକଙ୍କ ପାଖକୁ କେମିତି ଆସିଲା ଏ ସମ୍ପର୍କ ରେ ଅଧିକା ଜେରା କରୁଛି ଭିଜିଲାନ୍ସ ବିଭାଗ। ଭୁବନେଶ୍ୱର ଖୋର୍ଦ୍ଧା ଓ ପୁରୀରେ ତାଙ୍କର ୯ ଟି ପ୍ଲଟ ଥିବା ସୂଚନା ମିଳିଛି। ତଦନ୍ତ ପରେ ସବିଶେଷ ତଥ୍ୟ ଗଣମାଧ୍ୟମକୁ ସୂଚନା ଦିଆଯିବ ବୋଲି ପ୍ରକାଶ କରିଛନ୍ତି ଭିଜିଲାନ୍ସ ବିଭାଗ କର୍ମଚାରୀ ।