ମା’ ବାସୁଳେଇ ମନ୍ଦିରରେ ନାମ ଯଜ୍ଞ ଅନୁଷ୍ଠିତ
ଯାଜପୁର : ଅକରପଡ଼ା ଗ୍ରାମପଞ୍ଚାୟତ ସ୍ଥିତ ଜଳସରପୁର ଗ୍ରାମରେ ମା’ବାସୁଳେଇ ମନ୍ଦିରରେ ସରସ୍ୱତୀ ପୂଜା ଅବସରରେ ଚଉପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ମା’ସରସ୍ୱତୀଙ୍କ ପୂଜାର୍ଚ୍ଚାନ ସହିତ ଭକ୍ତିସଂଗୀତରେ ପବିତ୍ର ସ୍ଥାନ ଶୁଭମୟ ହୋଇଥିଲା । ସୂର୍ଯ୍ୟାସ୍ତ ଠାରୁ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ନାମ ଯଜ୍ଞରେ କିର୍ତ୍ତନ ଦଳ ଗ୍ରାମବାସୀ, ଶ୍ରଦ୍ଧାଳୁଙ୍କ ଯୋଗଦାନ ଓ ସହଯୋଗରେ କାର୍ଯ୍ୟକ୍ରମ ଶୃଙ୍ଖଳାର ସହ ସମ୍ପନ୍ନ ହୋଇଯାଇଛି । ମା’ବାସୁଳେଇ ଠାକୁରାଣୀଙ୍କ ଠାରେ ମାନସିକ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହି ଠାକୁରାଣୀ ମନ୍ଦିରର ଉନ୍ନତି ପାଇଁ ସରକାରଙ୍କ ଅନୁଦାନ ମିଳିଲେ ମା’ଙ୍କ ପିଠର ଉନ୍ନତି ହେବା ସଙ୍ଗେ ସଙ୍ଗେ ବହୁ ଶ୍ରଦ୍ଧାଳୁ ମା’ଙ୍କ ପୂଜାର୍ଚ୍ଚନା ଓ ଭକ୍ତିମୟ ପରିବେଶ ସୃଷ୍ଟି ହୋଇପାରନ୍ତା ବୋଲି ପରିଚାଳନା କମିଟିର ମୁଖ୍ୟ ଗ୍ରାମରଖି ଶରତ ଚନ୍ଦ୍ର ଜେନା, ସମାଜସେବୀ ବିଦ୍ୟାଧର ଜେନା, କାମଦେବ ଜେନା, ମାନଗୋବିନ୍ଦ ଜେନା ଓ ଗ୍ରାମାବସୀଙ୍କ ଠାରୁ ପ୍ରକାଶ ।