ଏଥର ନିର୍ବାଚନରେ ମୋର ଶେଷ ସଭା, ବିଜେପିକୁ ବିଜୟୀ କରାନ୍ତୁ : ପ୍ରଧାନମନ୍ତ୍ରୀ
ବାରାଣାସୀରେ ଜନସଭାକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ସପ୍ତମ ତଥା ଶେଷ ପର୍ଯ୍ୟାୟ ପାଇଁ ମତଦାନ ଆସନ୍ତା ମାର୍ଚ୍ଚ ୭ ତାରିଖରେ ଅନୁଷ୍ଠିତ ହେବ । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ପ୍ରଚାର କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ବାରାଣାସୀରେ ଏକ ଜନସଭାକୁ ସମ୍ବୋଧିତ କରି କହିଛନ୍ତି ଯେ, ୨୦୨୨ ବିଧାନସଭା ନିର୍ବାଚନରେ ମୋର ଶେଷ ଜନସଭା । ବିଜେପି ୟୁପି ବିକାଶ କରିଛି । ଭୋଟରଙ୍କୁ ଭୋଟ ଦେବାକୁ ଅନୁରୋଧ କରି ବିଜେପିକୁ ବିଜୟୀ କରାନ୍ତୁ ବୋଲି କହିଛନ୍ତି । ସେହିପରି ପୂର୍ବ ସରକାର ଗୁଡିକ ଉପରେ ବର୍ଷି ପ୍ରଧାନମନ୍ତ୍ରୀ କହିଥିଲେ, ସେମାନଙ୍କ ସମୟରେ କେବଳ ଦଙ୍ଗା ହେଉଥିଲା । ୟୁପି ଦଶନ୍ଧି ଦଶନ୍ଧି ପରେ ଏହିପରି ନିର୍ବାଚନ ଦେଖୁଛି ଯେଉଁଠି ବିକାଶ ନାଁରେ ଭୋଟ ମଗାଯାଉଛି । ରାଜ୍ୟକୁ ପରିବାରବାଦରୁ ମୁକ୍ତି ମିଳିବା ଜରୁରୀ ।
ବାରାଣସୀର ଜନତାଙ୍କୁ ସମ୍ୱୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ସଂକଟ ସମୟରେ ପରିବାରବାଦୀ ଦଳ ରାଜନୀତି କରୁଛି । ରାଜ୍ୟରେ ଆଜି ରାଷ୍ଟ୍ରବାଦ ଏବ ବିକାଶବାଦ ନାଁରେ ଭୋଟ ମଗାଯାଉଛି । ପରିରାବବାଦୀଙ୍କ ଇତିହାସ ୟୁପିକୁ ଲୁଟିବାର ରହିଛୟୁକ୍ରେନ ସଂକଟରେ ବିରୋଧୀ ରାଜନୀତି କରୁଛନ୍ତି । ଭାରତ ସରକାର ପ୍ରତିଟି ନାଗରିକଙ୍କୁ ୟୁକ୍ରେନରୁ ସୁରକ୍ଷିତ ଭାରତ ଆଣିବା ପାଇଁ ସଂକଳ୍ପବଦ୍ଧ । ଆମକୁ ଭୋଟ ଦିଅନ୍ତୁ, ଆମେ ଗରିବଙ୍କ ଘରେ ଗ୍ୟାସ ଚୁଲ୍ଲା ଜଳାଇବାର ସଂକଳ୍ପ ନେଉଛୁ ।
ସମାଜବାଦୀ ଓ ବହୁଜନ ସମାଜ ପାର୍ଟି ଉପରେ ଟାର୍ଗେଟ କରି ସେ କହିଛନ୍ତି ଯେ ସେମାନଙ୍କ ସରକାରରେ କେବଳ ଦଙ୍ଗା ହୋଇଥିଲା । ଉତ୍ତରପ୍ରଦେଶ ଏପରି ନିର୍ବାଚନ ଦେଖିନଥିଲା ଯେଉଁଠାରେ ବିକାଶମୂଳକ କାର୍ଯ୍ୟ ଆଧାରରେ ଭୋଟ୍ ପାଇଁ ଅପିଲ କରାଯାଉଛି । ରାଜ୍ୟକୁ ବଂଶବାଦ କବଳରୁ ମୁକ୍ତ କରିବାକୁ ହେବ । ବାରାଣାସୀରେ ଜନସାଧାରଣଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ ପାରିବାରିକ ଦଳ ସଙ୍କଟରେ ବି ରାଜନୀତି କରନ୍ତି । ସେ କହିଛନ୍ତି ଯେ ୟୁକ୍ରେନ ସଙ୍କଟରେ ମଧ୍ୟ ଏହି ପାରିବାରିକ ଦଳ(ସମାଜବାଦୀ ପାର୍ଟି) ରାଜନୀତି କରୁଛନ୍ତି । ୟୁକ୍ରେନରୁ ପ୍ରତ୍ୟେକ ଛାତ୍ରଛାତ୍ରୀକୁ ସୁରକ୍ଷିତ ଭାବେ ଭାରତ ଆଣିବାକୁ ଭାରତ ସରକାର ସ୍ଥିର କରିଛନ୍ତି । ସେହିପରି ଯେତେବେଳେ ଦେଶ କିଛି ଆହ୍ୱାନର ସମ୍ମୁଖୀନ ହୁଏ, ସେତେବେଳେ ଏହି ପାରିବାରିକ ଦଳମାନେ ଏଥିରେ ରାଜନୈତିକ ଆଗ୍ରହ ଦେଖନ୍ତି । ଯଦି ଭାରତର ସୁରକ୍ଷା ବାହିନୀ ଏବଂ ଲୋକମାନେ ଏହି ସଙ୍କଟକୁ ମୁକାବିଲା କରନ୍ତି, ତେବେ ପରିସ୍ଥିତିକୁ ଆହୁରି ଗମ୍ଭୀର କରିବା ପାଇଁ ସେମାନେ ସବୁକିଛି କରନ୍ତି । ମହାମାରୀ ସମୟରେ ଏବଂ ଆଜି ୟୁକ୍ରେନ ସଙ୍କଟ ସମୟରେ ଆମେ ଏହା ଦେଖୁଛେ ।