ବସ୍ତା ବିଧାୟକଙ୍କୁ ହତ୍ୟା ଧମକ ଘଟଣା, ଅଭିଯୁକ୍ତ ଗିରଫ
ବସ୍ତା : ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତକୁ ବୁଧୁବାର ବସ୍ତା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ପ୍ରକାଶ ଯେ ଗତକାଲି ବିଧାୟକ ନିତ୍ୟାନନ୍ଦ ସାହୁଙ୍କୁ ଏକ ଅଜଣା ନମ୍ବରରୁ ହତ୍ୟା ଧମକ ଆସିଥିଲା। ଘଟଣା ପରେ ବିଧାୟକ ସିଧାସଳଖ ବାଲେଶ୍ଵର ଏସପି ସୁଧାଂଶୁ ମିଶ୍ର ଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ଏସପି ସାଇବର ଥାନା ସହାୟତା ନମ୍ବରକୁ ଟ୍ରାକ କରି ଅଭିଯୁକ୍ତ କୁ ଠାବ କରିଥିଲେ। ଏକ ପୁଲିସ ଟିମ ଯାଜପୁର ଜିଲା ମଙ୍ଗଳପୁର ଥାନା ଅଂଚଳ ରେ ଚଢଉ କରି ଅଭିଯୁକ୍ତ ଏସ୍ କେ ମୋଜାମିଲ୍ କୁ ଗିରଫ କରିବାରେ ସକ୍ଷମ ହୋଇଥିଲା।
ଗିରଫ ପରେ ଏସ୍ କେ ମୋଜାମିଲ୍ ଏଭଳି ଇଣ୍ଟରନେଟ ରୁ ଅନେକ ବିଧ୍ୟାୟକ ଙ୍କ ଫଟୋ ଓ ମୋବାଇଲ ନମ୍ବର ସଂଗ୍ରହ କରି ଏଭଳି ବିଭିନ୍ନ ଧମକ ଚମକ ଦେବା ସହିତ ସେମାନଙ୍କ ନିକଟରୁ ଅର୍ଥ ଆଦାୟ କରିବାର ଯୋଜନା ଥିଲା ବୋଲି ପୁଲିସ ଜାଣି ବାକୁ ପାଇଥିଲା। ଅଭିଯୁକ୍ତ ଜଣକ ଗତକାଲି ଅନ୍ୟ କେତେଜଣ ବିଧାୟକ ଙ୍କୁ ମଧ୍ୟ ଫୋନ କରିଥିବା ଜଣା ପଡିଛି l ଅଭିଯୁକ୍ତକୁ ବସ୍ତା ପୋଲିସ କୋର୍ଟଚାଲାଣ କରିଛି।