ହୁ’ ନକ୍ସାରେ ପାକ୍-ଚୀନର ଅଂଶବିଶେଷ ଜମ୍ମୁ କଶ୍ମୀର ଲ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଲେ ସାଂସଦ
ନୂଆଦିଲ୍ଲୀ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ନିଜର ନକ୍ସାରେ ଜମ୍ମୁ କଶ୍ମୀରକୁ ପାକିସ୍ତାନ ଓ ଚୀନର ଅଂଶବିଶେଷ ବୋଲି ଦର୍ଶାଇଛି। ଏହାକୁ ନେଇ ତୃଣମୂଳ କଂଗ୍ରେସର ରାଜ୍ୟସଭା ସାଂସଦ ଡ. ଶାନ୍ତନୁ ସେନ୍ କଡ଼ା ଆପତ୍ତି କରିଛନ୍ତି। ଡ. ସେନ୍ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖିବା ସହ ଅନ୍ତର୍ଜାତୀୟ ମଞ୍ଚରେ ବିରୋଧ କରିବାକୁ ଦାବି କରିଛନ୍ତି।
ପତ୍ରରେ ସାଂସଦ ଶ୍ରୀ ସେନ୍ ଉଲ୍ଲେଖ କରିଛନ୍ତି ଯେ, ମୁଁ ଆପଣଙ୍କ ନଜରକୁ ଆଣିବାକୁ ଚାହୁଁଛି ଯେ, କୋଭିଡର କୋଭିଡ ସ୍ଥିତି ଉପରେ ଅବଗତ ହେବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୱେବସାଇଟ ଦେଖିବା ବେଳେ ଏହି ନକ୍ସା ଦେଖିବାକୁ ମିଳିଥିଲା। ମୁଁ ଯେତେବେଳେ ନକ୍ସାକୁ ଜୁମ୍ କରି ଦେଖିଲି ଆଶ୍ଚର୍ଯ୍ୟ ହୋଇଗଲି। ଜମ୍ମୁ କଶ୍ମୀରକୁ ୨ଟି ଭିନ୍ନ ରଂଗରେ ଦେଖାଯାଇଛି। ଯେତେବେଳେ ମୁଁ ଭାରତର ନୀର ରଂଗର ଅଂଶରେ କ୍ଲିକ କରିବା ପରେ ଅନ୍ୟ ସ୍ଥାନରେ କ୍ଲିକ୍ କରିବାରୁ ପାକିସ୍ତାନର କରୋନା ସ୍ଥିତି ନଜରକୁ ଆସିଥିଲା। ସେହିପରି ଅନ୍ୟ ଅଂଶରେ ଚୀନର ମାନଚିତ୍ର ଦେଖିବାକୁ ମିଳିଥିଲା। ନକ୍ସାରେ ଅରୁଣାଚଳ ପ୍ରଦେଶକୁ ମଧ୍ୟ ଭାରତରୁ ଅଲଗା ଦେଖାଯାଇଛି। ଏହାରି ଉପରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି ସେ ଅଭିଯୋଗ ଆଣିଛନ୍ତି।