ପରୀକ୍ଷାଫଳ କୁ ନେଇ ଦ୍ୱନ୍ଦରେ ଛାତ୍ରଛାତ୍ରୀ ୭ଦିନ ମଧ୍ୟରେ ସମାଧାନ ନହେଲେ ଆନ୍ଦୋଳନ ଚେତାବନୀ
ବାରିପଦା : ସ୍ଥାନୀୟ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମ୍ମିଳିତ ବି.ଇଡି. ଏମ୍.ଇଡି. ଛାତ୍ରଛାତ୍ରୀ ମାନେ ଆଜି ତାଙ୍କ ପରୀକ୍ଷାଫଳକୁ ନେଇ ଲାଗିଥିବା ଦ୍ୱନ୍ଦର ସମାଧାନ ପାଇଁ ବିଭାଗର ଶେଷ ବର୍ଷ ଛାତ୍ର ତଥା ମୟୂରଭଞ୍ଜ ଜିଲ୍ଲାର ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ଉପ ସଭାପତି ଶୁଭଜିତ୍ ପାଣିଙ୍କ ନେତୃତ୍ୱରେ ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ଲକ୍ଷ୍ମୀଧର ଗିରିଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ସମସ୍ୟା ସମ୍ପର୍କରେ ଅବଗତ କରିବା ସହ ଆସନ୍ତା ୭ ଦିନ ମଧ୍ୟରେ ସମାଧାନ ନହେଲେ ଆନ୍ଦୋଳନ କରିବା ନେଇ ଚେତାବନୀ ଦେଇଛନ୍ତି । ଏଠାରେ ପ୍ରକାଶଯୋଗ୍ୟ ଯେ, ଉକ୍ତ ପାଠ୍ୟକ୍ରମରେ ଶିକ୍ଷାଗ୍ରହଣ କରୁଥିବା ଛାତ୍ରଛାତ୍ରୀ ମାନେ ଏକା ସହ ଦୁଇଟି ଡିଗ୍ରୀ ହାସଲ କରିବେ । ଗୋଟିଏ ବି.ଇଡି. ଓ ଅନ୍ୟଟି ଏମ.ଇଡି. ଡିଗ୍ରୀ । ତେବେ କେତେକ ଜାଗାରେ କେବଳ ବି.ଇଡି. କିମ୍ୱା ଏମ୍.ଇଡି. ମାର୍କ ମାଗିଲେ ଛାତ୍ରଛାତ୍ରୀ ମାନେ ଦେବାରେ ବିଫଳ ହେଉଛନ୍ତି । ତେବେ ଶ୍ରୀ ପାଣିଙ୍କ କହିବା ଅନୁଯାୟୀ, ସେମାନେ ଗୋଟିଏ ମାର୍କସିଟରେ ଦୁଇଟି ଡ଼ିଗ୍ରୀ ପାଇଁ ଅଲଗା ଅଲଗା ମାର୍କ ଦର୍ଶାଇବା ପାଇଁ ନିବେଦନ କରିଛନ୍ତି । ଅନ୍ୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ନେହାଶିଷ ମହାନ୍ତି, ସ୍ୱୟମ୍ ପ୍ରଜ୍ଞା ପଲେଇ, ଦୀପକ କୁମାର ବେହେରା, ସୁମନ ସଙ୍ଗୀତା ଜେନା, ସ୍ମାରକୀ ପଣ୍ଡା, ନବଜ୍ୟୋତି ଶାଶ୍ୱତ ମହାନ୍ତ, ସରୋଜ କୁମାର ନାୟକ, ଗୁରୁପ୍ରସାଦ ସାହୁ, ପ୍ରବୀଣ କୁମାର ସାହୁ, ସନ୍ତୋଷ କୁମାର ଜେନା, ଦେବାହୋତି ସାଏନ୍ତ, ବର୍ଷା ବନିତା ଜେନା, ପ୍ରଣବକାନ୍ତି ଦତ, ପରମେଶ୍ୱର ବାରିକ୍, ଅକ୍ରୁର ବୈରାଗୀ, ଦେବଦତ ମିଶ୍ର, ଶିବାନୀ ପ୍ରିୟଦର୍ଶିନୀ ଓ ନମିତା ସୋରେନ୍ ପ୍ରମୁଖ ଉପସ୍ଥିତ ଥିଲେ ।