କୁଲଡ଼ିହା ଅଭୟାରଣ୍ୟରୁ ମାଇ ହାତୀର ମୃତଦେହ ଉଦ୍ଧାର, ଗତ ୧୪ ମାସ ମଧ୍ୟରେ ୭ ହାତୀର ମୃତ୍ୟୁ
ଶବ ବ୍ୟବଚ୍ଛେଦ କରି ପୋଡ଼ି ଦେଲା ବନବିଭାଗ
ନୀଳଗିରି : ସଙ୍କଟରେ ଗଜରାଜ । ରାଜ୍ୟରେ ହାତୀ ବଂଶ ଲୋପ ପାଇବାକୁ ବସିଲାଣି । କେଉଁଠି ଶିକାରୀମାନେ ଦନ୍ତାର ଦାନ୍ତ କାଟିନେଇ ହତ୍ୟା କରୁଥିବା ବେଳେ କେଉଁଠି ଗୁଳି ମାଡ଼, ତଥା ରୋଗରେ ମୃତ୍ୟୁ ଘଟୁଛି । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ କୁଲଡ଼ିହା ଅଭୟାରଣ୍ୟର ପଞ୍ଚଲିଙ୍ଗେଶ୍ୱର ବିଟ୍ ନିକଟ ବଡ଼ମ୍ବା ଠାକୁରାଣୀ ନିକଟ ଜଙ୍ଗଲ ଭିତରେ ପୁଣି ଏକ ୪ ବର୍ଷର ମାଈ ହାତୀର ମୃତ୍ୟୁ ହୋଇଥିବା ବନବିଭାଗ ଠାବ କରିଛି । ହାତୀ ମୃତ୍ୟୁର କାରଣ ଜଣାପଡ଼ି ନାହିଁ । ତେବେ ଗତ ୧୪ ମାସ ମଧ୍ୟରେ ଗୋଟିଏ ପରେ ଗୋଟିଏ ୭ଟି ହାତୀର ମୃତ୍ୟୁ ଘଟଣାକୁ ନେଇ ବନବିଭାଗର ନିଦ ହଜିଯାଇଛି ।
ହାତୀ ମୃତ୍ୟୁର ଖବର ପାଇ ସୋମବାର ବାଲେଶ୍ୱର ଭାରପ୍ରାପ୍ତ ଡିଏଫ୍ଓ ସୁମିତ କର, କୁଲଡ଼ିହା ରେଞ୍ଜର ଅନନ୍ତ କୁମାର ଜେନା, ପ୍ରାଣୀ ଚିକିତ୍ସକ ମୁକ୍ତିକାନ୍ତ ସେଠୀ ସ୍ଥାନୀୟ ଫରେଷ୍ଟର ଘଟଣାସ୍ଥଳରେ ପହଞ୍ôଚ ହାତୀ ମୃତ୍ୟୁର ପ୍ରାଥମିକ ତଦନ୍ତ କରିବା ସହ ଶବ ବ୍ୟବଚ୍ଛେଦ କରି ପୋଡ଼ି ଦେଇଥିବା ଜଣାପଡ଼ିଛି । ପ୍ରାଥମିକ ତଦନ୍ତରୁ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପେଟରେ କୃମି ଜନିତ ରୋଗ ବୋଲି ଡିଏଫଓ କହିଛନ୍ତି । ଘଟଣା ଚପାଇବାକୁ ବନ ବିଭାଗର ଉଦ୍ୟମ ଅଭିଯୋଗ ହେଉଥିବା ବେଳେ ଗଣମାଧ୍ୟମକୁ ଭିତରକୁ ପସାଇ ଦେଉନଥିବା ବେଳେ ଖୋଳତାଡ଼ ପରେ ବନବିଭାଗ ତରବରିଆ ଭାବେ ମୃତ ହାତିକୁ ପୋଡ଼ିଦେବାକୁ ଚେଷ୍ଟା କରାଯାଇଥିବା ଅଭିଯୋଗ ହୋଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ବନ ବିଭାଗ ସୂଚନା ଦେଇଛି ।