ପୁଅକୁ ହତ୍ୟା ପରେ ମା’ର ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
କଟକ : କଟକ ମଧୁପାଟଣା ଅଞ୍ଚଳରେ ଅଭାବନୀୟ ଘଟଣା । ଦୁଇ ବର୍ଷର ଶିଶୁପୁତ୍ରର ତଣ୍ଟି ଚିପି ହତ୍ୟା କରିଛି ମା’ । ତେବେ ହତ୍ୟା ପରେ ମାଆ ମଧ୍ୟ ଆତ୍ମହତ୍ୟା କରିଛି । ଝୁଲନ୍ତା ଅବସ୍ଥାରେ ମା’ର ମୃତଦେହ ମଧ୍ୟ ଉଦ୍ଧାର ହୋଇଛି । ତେବେ କେଉଁ ପରିସ୍ଥିତିରେ ଏଭଳି ଘଟିଛି ତାହା ଜଣାପଡିନାହିଁ ।
ଘଟଣାସ୍ଥଳରେ ମଧୁପାଟଣା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ପାରିପାର୍ଶ୍ୱିକ ସ୍ଥିତି ଦେଖିଲେ ଜଣାପଡୁଛି ପାରିବାରିକ ଅଶାନ୍ତି ହୋଇଥାଇପାରେ । ପୋଲିସ ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ ବୋଲି ଜଣାପଡିଛି ।