ବିଶ୍ୱର ସବୁଠାରୁ ମହଙ୍ଗା ମୁଦ୍ରା, ଦାମ୍ ଶୁଣିଲେ ଉଡ଼ିଯିବ ହୋସ୍
ବିଶ୍ୱର ସବୁଠାରୁ ମହଙ୍ଗା ମୁଦ୍ରା । ୧୯୩୩ ଡବଲ ଇଗଲ ଗୋଲ୍ଡ କଏନ୍ । ଯାହାର ମୂଲ୍ୟ ହେଉଛି ୨୦ ଡଲାର । ଏହା ଏକ ଆମେରିକୀୟ କଏନ୍ । ଯାହାର ଫେସ୍ ଭାଲ୍ୟୁ ଯଦି ଆଜିର ଏକ୍ସଚେଞ୍ଜ ରେଟ୍ ଅନୁସାରେ ଦେଖିବା ତେବେ ୧,୫୨୫.୭୧ ଟଙ୍କା ହେବ । କିନ୍ତୁ ନିଲାମୀ ସମୟରେ ଏହାର ଦାମ୍ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ଗତବର୍ଷ ସୋଥବୀ ନ୍ୟୁୟର୍କରେ ଏହାର ନିଲାମୀ କରିଥିଲା । ନିଲାମୀରେ ୧୪୪,୧୭,୯୫,୯୫୦ ଟଙ୍କାରେ କଏନ୍ ବିକ୍ରି ହୋଇଥିଲା । ଏହା ପୂର୍ବରୁ ୨୦୨୧ ମସିହା ୮ ଜୁଲାଇରେ ଏହି କଏନ୍ ୧୩୮ କୋଟି ଟଙ୍କାରେ ନିଲାମ ହୋଇଥିଲା ।
କହିରଖୁଛୁ ୧୯୩୩ ମସିହାରେ ଡବଲ ଇଗଲ ପ୍ରଚଳନ ଉଦ୍ଦେଶ୍ୟରେ ଆମେରିକାରେ ପ୍ରସ୍ତୁତ ହୋଇଥିବା ଏହା ଶେଷ ସୁନା କଏନ୍ । ଆମେରିକାରେ ଏହା ପ୍ରସ୍ତୁତ ହୋଇଥିଲା କିନ୍ତୁ ପ୍ରଚଳନ ହୋଇପାରିନଥିଲା । ତତ୍କାଳୀନ ଆମେରିକା ରାଷ୍ଟ୍ରପତି ଫ୍ରାଙ୍କଲିନ୍ ଡି ରୁଜବେଲ୍ଟ ସେହି ସମୟରେ ଦେଶରେ ଗୋଲ୍ଡ କଏନ୍ ପ୍ରଚଳନ ଉପରେ ରୋକ ଲଗାଇଥିଲେ ।