୧୫ ଲକ୍ଷରୁ ଅଧିକ ଟଙ୍କାର ଜାଲ ନୋଟ୍ ଜବତ, ୨ ଆନ୍ତଃରାଜ୍ୟ ଅପରାଧୀ ଗିରଫ

ଭୁବନେଶ୍ୱର : ବଡ଼ ଧରଣର ଜାଲ ନୋଟ୍ ରାକେଟ୍ର ପର୍ଦ୍ଦାଫାଶ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ । ସମ୍ବଲପୁର ଯୁଯୁମରା ନିକଟରୁ ୧୫ ଲକ୍ଷରୁ ଅଧିକ ଟଙ୍କାର ଜାଲ୍ ନୋଟ୍ ଜବତ କରିଛି ଏସ୍ଟିଏଫ୍। ଏହି ମାମଲାରେ ୨ ଜଣ ଆନ୍ତଃରାଜ୍ୟ ଅପରାଧୀଙ୍କୁ ଗିରଫ କରାଯାଇଛି। କିଛି ଦିନ ତଳେ ବରଗଡ଼ ଜିଲ୍ଲା ବରପାଲିରୁ ୧୪ ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ କରାଯାଇଥିଲା। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଥିଲା। ଏହାର ଲିଙ୍କ୍ ବିହାର, ଛତିଶଗଡ଼ ଓ ଉତ୍ତର ପ୍ରଦେଶ ପର୍ଯ୍ୟନ୍ତ ଲମ୍ବିଥିଲା। ସମ୍ବଲପୁରରୁ ମିଳିଥିବା ଜାଲ ନୋଟର ଲିଙ୍କ୍ ବରଗଡ଼ ସହ ଅଛି କି ନାହିଁ, କ୍ରାଇବବ୍ରାଞ୍ଚ ଖୋଳତାଡ଼ କରୁଛି।
ସୂଚନା ଯେ, ରାଜ୍ୟରେ ବଢ଼ି ଚାଲଛି ଜାଲ୍ ନୋଟ କାରବାର। କିଛି ଦିନ ତଳେ ବରଗଡ଼ ଜିଲ୍ଲା ବରପାଲିରୁ ୧୪ ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ କରାଯାଇଥିଲା। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଥିଲା। ଏହାର ଲିଙ୍କ୍ ବିହାର, ଛତିଶଗଡ଼ ଓ ଉତ୍ତର ପ୍ରଦେଶ ପର୍ଯ୍ୟନ୍ତ ଲମ୍ବିଥିଲା। ସମ୍ବୁଲପୁରରୁ ମିଳିଥିବା ଜାଲ ନୋଟ ଲିଙ୍କ୍ ବରଗଡ଼ ସହ ଅଛି କି? ଏନେଇ କ୍ରାଇବବ୍ରାଞ୍ଚ ଖୋଳତାଡ଼ କରୁଛି।କ୍ରାଇମବ୍ରାଞ୍ଚର ତଥ୍ୟ ଅନୁସାରେ ଗତ ୧୦ ବର୍ଷ ଭିତରେ ୧୦ କୋଟିରୁ ଅଧିକ ଟଙ୍କାର ଜାଲି ନୋଟ୍ ଜବତ ହୋଇଛି। ୩୨୦ରୁ ଅଧିକ ଅଭିଯୁକ୍ତ ଧରାପଡ଼ିଛନ୍ତି। ୧୮୦ରୁ ଅଧିକ ମାମଲା ହୋଇଛି।