ଦେଶରେ ଆଜି ସୁଦ୍ଧା ଦିଆଗଲାଣି ୨୧୬.୭୦ କୋଟିରୁ ଅଧିକ କରୋନା ଟୀକା
ନୂଆଦିଲ୍ଲୀ : ଦେଶବ୍ୟାପି କରୋନା ଟୀକାକରଣ ଅଭିଯାନରେ ସୋମବାର ସକାଳ ୮ ଟା ସୁଦ୍ଧା ୨୧୬ କୋଟି ୭୦ ଲକ୍ଷ ଟୀକା ଦେବା ସଂଖ୍ୟା ପାରି କରିସାରିଛି । ଗତ ୨୪ ଘଂଟାରେ ୧୩ ଲକ୍ଷ ୫୯ ହଜାର ଟିକା ଦିଆଯଇଛି ।
କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ହିସାବ ଅନୁସାରେ ସୋମବାର ସକାଳ ସୁଦ୍ଧା ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ମାନଙ୍କରେ କରୋନା ବିରୋଧି ଟିକା ବର୍ତମାନ ସୁଦ୍ଧା ସମୁଦାୟ ୨୦୩.୧୧ କୋଟି ଟିକା ନିଶୁଳ୍କ ଭାବରେ ଯୋଗାଇ ଦିଆଯାଇଅଛି । ଏଥି ମଧ୍ୟରୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ମାନଙ୍କ ପାଖରେ ଆଜି ସୁଦ୍ଧା ୩.୬୭ କୋଟି ଟୀକା ମହଜୁଦ ଅଛି ।