ଆଜି ସରିବ ବିଧାନସଭାର ମୌସୁମୀ ଅଧିବେଶନ
ଭୁବନେଶ୍ୱର : ଆଜି ସରିବ ବିଧାନସଭାର ମୌସୁମୀ ଅଧିବେଶନ । ଏହି ପରିପ୍ରେକ୍ଷୀରେ ଗୁରୁବାରର ପ୍ରଶ୍ନକାଳରେ ଜଳସମ୍ପଦ, ଯୋଜନା ଓ ସଂଯୋଜନା, ପର୍ଯ୍ୟଟନ, ସୂଚନା ଓ ଲୋକ ସମ୍ପର୍କ, ବାଣିଜ୍ୟ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ପରିବହନ ଆଦି ବିଭାଗ ଉପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଛି । ବିଭିନ୍ନ ପ୍ରଶ୍ନର ଉତ୍ତର ରଖିବେ ବିଭାଗୀୟ ମନ୍ତ୍ରୀ ।
ସେପଟେ ଆଜି ବିଜେପି ପକ୍ଷରୁ ଖଣି ଦୁର୍ନୀତି ନେଇ ଆସିପାରେ ମୁଲତବୀ ପ୍ରସ୍ତାବ।ବୁଧବାର ଖଣି ଦୁର୍ନୀତିକୁ ନେଇ ଗୃହରେ ଲାଗି ରହିଥିଲା ତାତି । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ବାରମ୍ବାର ଗୃହକୁ ମୁଲତବୀ ରଖାଯାଇଥିଲା । ଏପରିକି ମୁଲତବୀ ପ୍ରସ୍ତାବ ଗ୍ରହଣ ନକରିବାରୁ ବାଚସ୍ପତିଙ୍କୁ ନିଜ ଚ୍ୟାମ୍ବରରେ ଘେରିଥିଲେ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ । ସେହିଭଳି ହଟଗୋଳ ଭିତରେ ଗତକାଲି ବିଧାନସଭାରେ ୪ଟି ବିଲ ପାରିତ ହୋଇଛି । ଓଡ଼ିଶା ପଂଚାୟତ ସଂଶୋଧନ ବିଲ ,ଓଡ଼ିଶା ସରକାରୀ ଜମି ବନ୍ଦୋବସ୍ତ ସଂଶୋଧନ ବିଲ ,ଓଡ଼ିଶା ଗୃହ ବ୍ୟବସ୍ଥା ବୋର୍ଡ ସଂଶୋଧନ ବିଲ ଓ ଭାରତୀୟ ଷ୍ଟାମ୍ପ ଓଡ଼ିଶା ସଂଶୋଧନ ବିଲ ପାରିତ ।