ଟଙ୍କା ହେରଫେର ମାମଲା ; ଦିଲ୍ଲୀ ପୋଲିସର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ଜ୍ୟାକଲିନ
ନୂଆଦିଲ୍ଲୀ: ଫିଲ୍ମ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ୨୦୦ କୋଟି ଟଙ୍କା ଟଙ୍କା ହେରଫେର ମାମଲାରେ ଦିଲ୍ଲୀ ପୋଲିସର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ଏହି ୨୦୦ କୋଟି ଟଙ୍କା ହେରଫେର ମାମଲାରେ ଜ୍ୟାକଲିନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ ଜାରି କରିଥିଲା। ସମନ ପାଇବା ପରେ ଆଜି ଜ୍ୟାକଲିନ ଦିଲ୍ଲୀର ମନ୍ଦିର ମାର୍ଗ ସ୍ଥିତ କାର୍ଯ୍ୟାଳୟରେ ହାଜର ହୋଇଥିଲେ।
ମିଳିଥିବା ସୂଚନା ମୁତାବକ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଦିଲ୍ଲୀ ପୋଲିସ ଜେରା ଆରମ୍ଭ କରିଦେଇଛି। କାର୍ଯ୍ୟାଳୟରେ ହାଜର ହେବା ପରେ ଜ୍ୟାକଲିନ ରେଜିଷ୍ଟ୍ରାରରେ ଦସ୍ତଖତ କରିଥିଲେ। ତେବେ ମିଳିଥିବା ସୂଚନା ମୁତାବକ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ପୋଲିସ ଜେରା କରୁଛି। ଗୋଟିଏ ଘରେ ପୋଲିସ ଜେରା କରୁଥିବା ଜଣାପଡ଼ିଛି। ଏହି ସମୟରେ ଜ୍ୟାକଲିନଙ୍କୁ ପିଙ୍କି ଇରାନୀଙ୍କ ସହିତ ସାମ୍ନାସାମ୍ନି ବସାଇ ଜେରା କରୁଥିବା ଦେଖିବାକୁ ମିଳିଛି।
ଦିଲ୍ଲୀ ପୋଲିସ ଠକ ସୁକେଶ ଚନ୍ଦ୍ରଶେଖର ମାମଲାରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ସହିତ ସମ୍ପର୍କ ଓ ସୁକେଶ ଦେଇଥିବା ଉପହାର ସମ୍ପର୍କରେ ଅଧିକ ଖୋଳତାଡ଼ କରୁଛି। ତେବେ ସୁକେଶ ସହିତ କିପରି ଦେଖା ହୋଇଥିଲା, ସୁକେଶଙ୍କୁ କାହା ଦ୍ୱାରା ଭେଟିଥିଲେ ତାହା ଉପରେ ମଧ୍ୟ ପୋଲିସ ଜେରା କରିପାରେ। ଏପରିକି ସୁକେଶ ତାଙ୍କୁ କେବେଠାରୁ ଉପହାର ଦେବା ଆରମ୍ଭ କରିଥିଲେ। ସେହିପରି ଲିନାଙ୍କ ସହିତ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ସମ୍ପର୍କରେ କିପରି ଆସିଲେ ତାହା ଉପରେ ମଧ୍ୟ ଜେରା କରିବାର ସମ୍ଭାବନା ରହିଛି। ଏହା ସହିତ ପିଙ୍କିଙ୍କୁ ମଧ୍ୟରେ ହାଜର ହେବାକୁ ସମନ ଜାରି ହୋଇଛି।
ସୂଚନାନୁସାରେ, ଜ୍ୟାକଲିନଙ୍କୁ ସୂଚନା ଦିଆଯାଇଛି ଯେ ତାଙ୍କର ଅନୁସନ୍ଧାନ କିଛି ଦିନ ହୋଇପାରେ କିମ୍ବା ପଛକୁ ଫେରିପାରେ, ତେଣୁ ଦିଲ୍ଲୀରେ ରହିବାକୁ ଯୋଜନା କରନ୍ତୁ। ଏହାର ଚାର୍ଜସିଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୁକେଶଙ୍କ ସହ ଜଡିତ ଅର୍ଥ ହେରଫେର ମାମଲାରେ ଜ୍ୟାକଲିନଙ୍କ ନାମ ରଖିଛି। ଇଡି ଚାର୍ଜସିଟରେ ଦର୍ଶାଯାଇଛି ଯେ ଅପରାଧିକ ମାମଲାରେ ସୁକେଶଙ୍କ ସମ୍ପୃକ୍ତି ବିଷୟରେ ଜ୍ୟାକଲିନ୍ ଜାଣିଥିଲେ, କିନ୍ତୁ ତାଙ୍କ ଅପରାଧିକ ଅତୀତକୁ ଅଣଦେଖା କରିବାକୁ ପସନ୍ଦ କରିଥିଲେ ଏବଂ ଏହା ସତ୍ତ୍ୱେ ସେ ତାଙ୍କ ସହ ଆର୍ଥିକ କାରବାରରେ ଜଡିତ ହୋଇଥିଲେ। ଜ୍ୟାକଲିନଙ୍କ ପାଇଁ ପ୍ରସ୍ତୁତ ପ୍ରଶ୍ନଗୁଡ଼ିକ ଅଭିନେତ୍ରୀ ନୋରାଙ୍କୁ ପଚରାଯାଇଥିବା ପ୍ରଶ୍ନଠାରୁ ଅଧିକ ଏବଂ ଭିନ୍ନ ହୋଇପାରେ।
ଏହି ଘଟଣାରେ ସମ୍ପୃକ୍ତ ଦୁଇ ଅଭିନେତ୍ରୀ ପରସ୍ପରଠାରୁ ଉପହାର ଗ୍ରହଣ କରିବା ବିଷୟରେ ଅବଗତ ଅଛନ୍ତି କି ନାହାନ୍ତି ସେ ଦିଗ ଉପରେ ମଧ୍ୟ ତର୍ଜମା କରିପାରେ। ଏହାପୂର୍ବରୁ ଇଡି ପୂର୍ବରୁ କହିଥିଲା ଯେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ବିବୃତ୍ତି ୩୦ ଅଗଷ୍ଟ ଏବଂ ୨୦ ଅକ୍ଟୋବର ୨୦୨୧ରେ ରେକର୍ଡ କରାଯାଇଥିଲା, ଯେଉଁଠାରେ ସେ ଚନ୍ଦ୍ରଶେଖରଙ୍କଠାରୁ ଉପହାର ଗ୍ରହଣ କରିଥିବା ସ୍ୱୀକାର କରିଥିଲେ। କର୍ଣ୍ଣାଟକର ବେଙ୍ଗାଲୁରୁର ସୁକେଶ ଚନ୍ଦ୍ରଶେଖର ବର୍ତ୍ତମାନ ଦିଲ୍ଲୀର ତିହାର ଜେଲରେ ରହିଛନ୍ତି। ତାଙ୍କ ବିରୋଧରେ ୧୦ରୁ ଅଧିକ ଅପରାଧିକ ମାମଲା ରୁଜୁ ହୋଇଛି। ଠକ ଚନ୍ଦ୍ରଶେଖର ରୋହିଣୀ ଜେଲରେ ରହିବା ସମୟରେ ୨୦୦ କୋଟି ଟଙ୍କାର ଚୋରା ରାକେଟ ଚଳାଇଥିବା ଅଭିଯୋଗ ହୋଇଛି।