ଆଜି ହିମାଚଳ ଯିବେ ମୋଦି : ୧୧,୨୮୧ କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ କରିବେ
ଶିମଲା: ଆଜି ହିମାଚଳ ପ୍ରଦେଶରେ ୧୧,୨୮୧ କୋଟି ଟଙ୍କାର ବିଭିନ୍ନ ବିକାଶ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିସହ ମଣ୍ଡି ଜିଲ୍ଲା ପଡ୍ଡଲ ପଡ଼ିଆରେ ଆୟୋଜିତ ହୋଇଥିବା ସମାବେଶକୁ ସମ୍ବୋଧନ କରିବେ ।
ଆଜି ସ୍ବାଧୀନତାର ଅମୃତ ଦିବସ ଓ ହିମାଚଳ ପ୍ରଦେଶର ପୂର୍ଣ୍ଣ ରାଜତ୍ବର ସ୍ବର୍ଣ୍ଣ ଜୟନ୍ତୀ ଅବସରରେ ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦି । ଏଥିସହ ପ୍ରଦେଶ ସରକାରଙ୍କ କାର୍ଯ୍ୟକାଳ ୪ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ହିମାଚଳ ପ୍ରଦେଶରେ ୧୧,୨୮୧ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ମୋଦି । ଶିମଲାର ପବ୍ବର ନଦୀରେ ୨୦୮୧.୬୦ କୋଟି ଟଙ୍କାରେ ନିର୍ମାଣ ହୋଇଥିବା ୧୧୧ ମୋଗାୱାଟର ସାବଡ଼ା-କୁଡ୍ଡୁ ଜଳ ବିଦ୍ୟୁତ ପରିଯୋଜନାର ଉଦଘାଟନ କରିବେ । ପ୍ରତିବର୍ଷ ଏହି ଜଳ ବିଦ୍ୟୁତ ପ୍ରକଳ୍ପ ୩୮୬ ମିଲିୟନ ୟୁନିଟ ବିଦ୍ୟୁତ ଉତ୍ପାଦନ କରିବା କ୍ଷମତା ରଖିବ । ଯାହାଦ୍ବାରା ହିମାଚଳ ପ୍ରଦେଶର ୧୨୦ କୋଟି ଲୋକ ଲାଭପ୍ରଦ ହୋଇପାରିବେ ।
ପ୍ରଧାନମନ୍ତ୍ରୀ ସିର୍ମୌର ଜିଲା ଗିରୀ ନଦୀ ୬୭୦୦ କୋଟି ଟଙ୍କାରେ ନିର୍ମିତ ହେବାକୁ ଥିବା ରେଣୁକାଜି ବନ୍ଧ ପ୍ରକଳ୍ପର ମଧ୍ୟ ଶିଲାନ୍ୟାସ କରିବେ । ଏହି ନଦୀ ବନ୍ଧର ସଂରକ୍ଷଣ କ୍ଷମତା ୪୯୮ ମିଲିୟନ କ୍ୟୁବିକ ମିଟର ହେବ । ଯାହାଦ୍ବାରା ଦିଲ୍ଲୀରେ ଜଳର ୪୦ ପ୍ରତିଶତ ଆବଶ୍ୟକତା ପୂର୍ଣ୍ଣ ହେବ ।