ଦୁଇଟି ଏସବିଆଇ ଶାଖା ଖୋଲିବା ନିମନ୍ତେ ବିଧାୟକ ଙ୍କ ଦାବୀ
କୋରାପୁଟ : ବୋରିଗୁମ୍ମା ବ୍ଳକ ହେଉଛି ବୃହତ ବ୍ଳକ।୩୧ ଗୋଟି ପଞ୍ଚାୟତ କୁ ବୋରିଗୁମ୍ମା ବ୍ଳକ ଗଠିତ।ବୋରିଗୁମ୍ମା ବ୍ଳକ ରେ କେବଳ ଗୋଟିଏ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ର କେବଳ ଗୋଟିଏ ଶାଖା ବୋରିଗୁମ୍ମା ସଦର ମହକୁମା ରେ ଅଛି।ବୋରିଗୁମ୍ମା ବ୍ଳକ ର ୩୧ଗୋଟି ପଞ୍ଚାୟତ ର ଲୋକେ ଗୋଟିଏ ଏସବିଆଇ ଉପରେ ନିର୍ଭରଶୀଳ।ଏଣୁ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ତାଙ୍କ ନିର୍ବାଚନ ମଣ୍ଡଳୀ ର ବୋରିଗୁମ୍ମା ବ୍ଳକ ରେ ଆଉ ଦୁଇଟି ଏସବିଆଇ ଶାଖା ଖୋଲିବା ନିମନ୍ତେ ମୁଖ୍ୟ ଶାଖା ଭୁବନେଶ୍ୱର ର ଚିଫ ଜେନେରାଲ ମେନେଜେର ଙ୍କୁ ଚିଠି ଲେଖି ଜଣାଇଛନ୍ତି।ବିଧାୟକ ଶ୍ରୀ ବାହିନୀପତି ଙ୍କ କାର୍ଯ୍ୟାଳୟ ପତ୍ରାଙ୍କ -୯୯୪/୧୦.୧୧.୨୦୨୨ ଅନୁସାରେ ବୋରିଗୁମ୍ମା ବ୍ଳକ ର କୁମୁଲି/କାମତା ଓ ବି ସିଂହପୁର ରେ ଏସବିଆଇ ର ଦୁଇଟି ଶାଖା ଖୋଲିବା ସହ ଏଟିଏମ ସୁବିଧା ଦେବାକୁ ଚିଠି ଦ୍ୱାରା ଜଣାଇଛନ୍ତି।ସରକାର ଙ୍କ ବିଭିନ୍ନ ଯୋଜନା ଯଥା ମନରେଗା ଓ ଅନ୍ୟାନ୍ୟ ଯୋଜନା ରେ ସରକାର ସିଧାସଳଖ ଲୋକଙ୍କ ଆକାଉଣ୍ଟ କୁ ଟଙ୍କା ପଠାଇଥାନ୍ତି। କିନ୍ତୁ ଲୋକେ ଟଙ୍କା ଉଠାଣ ନିମନ୍ତେ ହଇରାଣ ହରକତ ହେଉଥିବା ଦେଖାଦେଇଛି। ବ୍ଳକ ର ଗ୍ରାମାଞ୍ଚଳରେ ବସବାସ କରୁଥିବା ବୋରିଗୁମ୍ମା ଏସବିଆଇ ରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କଲେ ବି ସେବା ପାଇବାରୁ ବଞ୍ଚିତ ହେଉଛନ୍ତି।ଏଣୁ ତୁରନ୍ତ ଏହି ଦୁଇ ଅଞ୍ଚଳରେ ଏସବିଆଇ ଶାଖା ଖୋଲା ଗଲେ ସାଧାରଣ ଲୋକେ ଘର ପାଖରେ ବ୍ୟାଙ୍କ ସୁବିଧା ପାଇପାରିବେ ଏଥିରେ ସନ୍ଦେହ ନାହିଁ।