ପ୍ରଚାର ମୈଦାନରେ ଦମ ଦେଖାଇଲେ ସୁକାନ୍ତ, ବିଜେଡି କର୍ମୀ ଉତ୍ସାହିତ
ନୀଳଗିରି : ନୀଳଗିରି ନିର୍ବାଚନମଣ୍ଡଳୀରେ ବିଜେଡି ରାଜନୈତିକ ମାହୋଲ ଏବେ ଚଳଚଞ୍ଚଳ ରହିଥିବା ବେଳେ ବଳ କସାକସି ଆରମ୍ବ ହୋଇଛି। ଏହିକ୍ରମରେ ନୀଳଗିରି ବଣସୀମା ଆରବନ୍ଦ ପଞ୍ଚାୟତରେ ସୁକ୍ରବାର ଅପରାହ୍ନରେ ବିଧାୟକ ଇଂ ସୁକାନ୍ତ କୁମାର ନାୟକ ଏକ ମାରାଥନ ସମ୍ମିଳନୀ କରିଛନ୍ତି। ହଜାର ହଜାର ମହିଳା ସମେତ ପଞ୍ଚାୟତବାସୀ ଆଜି ସୁକାନ୍ତ ଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ। ବିଜେଡିର ନେତୃତ୍ୱ ନେବାକୁ ଯେଉଁ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି ଆଜିର ଏତେ ସଂଖ୍ୟକ ଲୋକ ଏହାର ପ୍ରମାଣ ଦେଉଛି ଆଗକୁ କିଏ ଏହି ଦାୟିତ୍ୱ ନେବ ବୋଲି ବିଜେଡି କର୍ମୀ କହିଥିଲେ।
ଆଜିର ସମ୍ମିଳନୀରେ ବିଧାୟକ ଇଂ ନାୟକ ତାଙ୍କ ବକ୍ତବ୍ୟରେ ଅଞ୍ଚଳର ଯେଉଁ ବିକାଶ ହୋଇଛି ତାହା ଜାଣିଛନ୍ତି। ଆଉ ଯାହା ବିକାଶ ହେବାକୁ ଯାଉଛି ସେଥିପାଇଁ ଆପଣ ମାନଙ୍କ ଆଶୀର୍ବାଦ ମୋର ଏକାନ୍ତ କାମ୍ୟ।ଆମେ କର୍ମରେ ବିଶ୍ୱାସ କରୁ କଥାରେ ନୁହଁ। ଆଗକୁ ମୋତେ ଆଶୀର୍ବାଦ କଲେ ବିକାଶ ଦ୍ୱିଗୁଣିତ ହେବ। ଏହି ସମ୍ମିଳନୀ ଆରବନ୍ଦ ସରପଞ୍ଚ କୁଳମଣି ନାୟକ ସଭାପତିତ୍ୱ କରିଥିବା ବେଳେ ସ୍ଥାନୀୟ ସମିତିସଭ୍ୟା ବିନୀତା ମଢେଇ, ବଣସୀମା ନେତା ଉପେନ୍ଦ୍ର ଦାସ, ଅକ୍ଷୟ ବେହେରା, ବ୍ଲକର ପୁର୍ବତନ ଉପାଧକ୍ଷ ରମେଶ ମହାନ୍ତି, ଗଙ୍ଗାଧର ମିଶ୍ର, ଶୁଭାଶିଷ ଆଚାର୍ଯ୍ୟ, ଲୋକନାଥ ଦଳେଇ, ଶୁଭାଶିଷ ଆଚାର୍ଯ୍ୟ, ପୁର୍ବତନ ସରପଞ୍ଚ ତନୁଜା ନାୟକ ପ୍ରମୁଖ ମଂଚାଷୀନ ଥିଲେ।