ବେତେଇ ଗ୍ରାମରେ ବିଧାୟକ ସୁକାନ୍ତ ନାୟକଙ୍କ କର୍ମୀ ସମାବେଶ
ଔପଦା : ଔପଦା ବ୍ଲକ ଆଦିବାସୀ ବହୁଳ ଗଡ଼ସାହି ପଞ୍ଚାୟତର ପାହାଡ଼ ପାଦ ଦେଶରେ ଅବସ୍ଥିତ ବେତେଇ ଗ୍ରାମରେ ବିଧାୟକ ଇଂ. ସୁକାନ୍ତ କୁମାର ନାୟକ କର୍ମୀ ସମାବେଶ କରିଛନ୍ତି । ବିଧାୟକ ଇଂ. ନାୟକ ଭାଜପା ଛାଡି ଗତ ଏପ୍ରିଲ ୧୦ ତାରିଖରେ ବିଜେଡିରେ ମିଶିବା ପରେ ଉପାନ୍ତ ଅଞ୍ଚଳରେ ପହଞ୍ଚି ବିଜେଡିର ମୁଖ୍ୟ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରା ଓ ଲୋକାଭିମୁଖୀ ଯୋଜନା ସମ୍ପର୍କରେ କର୍ମୀମାନଙ୍କୁ କହିବା ସହ ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଆହ୍ୱାନ ଦେଇଥିଲେ । ବିଧାୟକ ଇଂ. ନାୟକ ଗ୍ରାମରେ ପହଞ୍ôଚବା ପରେ ଶତାଧିକ ଆଦିବାସୀ ବିଧାୟକଙ୍କୁ ସ୍ୱାଗତ ସହିତ ପାଛୋଟି ନେଇଥିଲେ । ଏହି ଦୁର୍ଗମ ଅଞ୍ଚଳକୁ ବିଧାୟକ କ୍ଷମତାରେ ଥାଇ ରାସ୍ତା, ଆଲୋକ ଓ ପାନୀୟ ଜଳର ସୁବିଧା କରିଥିବାରୁ ଆଦିବାସୀ ମାନେ ବିଧାୟକଙ୍କୁ ପ୍ରଶଂସା କରିଥିଲେ । ଏହି କର୍ମୀ ସମାବେଶରେ ବିଜେଡି ବରିଷ୍ଠ ନେତା ମଧୁସୂଦନ ମଲ୍ଲିକ, ପୂର୍ବତନ ବ୍ଲକ ସଭାପତି ରମାକାନ୍ତ ମହାପାତ୍ର, ପୂର୍ବତନ ଜିଲା ପରିଷଦ ସଭ୍ୟ ଅନିରୁଦ୍ଧ ବିଶ୍ୱାଳ, ଯୁବନେତା ଆଦିତ୍ୟ ନାରାୟଣ ବେହେରା, ଦେବେନ୍ଦ୍ର ଦାଶ, ପୂର୍ବତନ ସରପଞ୍ଚ ଉଦୟ କୁମାର ସ, ବିଜେଡି ନେତା ଗୟାଧର ସେଠୀ, ଶୁଭେନ୍ଦୁ କୁମାର ପଣ୍ଡା, ବିନୟ ପଟ୍ଟନାୟକ, ଭାସ୍କର ଖିଲାର, ସିଦ୍ଧେଶ୍ୱର ସାହୁ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ ।